ନୂଆପଡା- ୧୦/୭-ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା କୋମନା ପାଇକପଡାର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ ବିରାଟକାୟ ଅଜଗର ସାପକୁ ଉଦ୍ଧାର କରା ଯାଇଛି । କୋମନା ପାଇକପଡାର ପିଙ୍କୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ଏକ ଅଜଗର ସାପ ପସି ଯାଇ ଥିଲା । ସାପକୁ ଘର ଭିତରେ ଦେଖି ପରିବାର ଲୋକେ ଭୟଭୀତ ହୋଇ ଯାଇ ଥିଲେ । ପରେ କୋମନା ଜଙ୍ଗଳ ବିଭାଗକୁ ସୂଚନା ଦିଆ ଯାଇ ଥିଲା । ସ୍ଥାନୀୟ ସାପ ଧରାଳି ହରେରାମ କଣ୍ଟାକୁ ସାଙ୍ଗରେ ନେଇ ବନ ବିଭାଗ ପିଙ୍କୁ ସାହୁଙ୍କ ଘରେ ପହଞ୍ଚି ଥିଲା । ଘର ଭିତରୁ ଅଜଗର ସାପକୁ ଉଦ୍ଧାର କରି ଭେଟେନେରୀରେ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇ ଥିଲା । ଅଜଗରର ଲମ୍ବ ସାଢେ ୬ ଫୁଟ ଥିବା ବେଳେ ଓଜନ ୧୦ କିଲୋଗ୍ରାମ ଅଛି । ଅଜଗରକୁ ନିକଟସ୍ଥ ତନ୍ଦୁଳ ପାହାଡରେ ଛାଡି ଦିଆ ଯାଇଛି ।
Comments are closed.