ବୋରିଗୁମ୍ମା (କେ.ସାକିଲି ଦୋରା) ମହାମାରୀ କରୋନା ଦିନ କୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି। ଏହାର ପ୍ରତିକାର ପାଇଁ ଏପର୍ଯ୍ୟନ୍ତ କୋୖଣସି ଔଷଧ ବାହାରି ନାହିଁ। କେବଳ କିଛି ଟୀକା ପରୀକ୍ଷଣ ଚାଲିଛି।
ଏଣୁ କରୋନା କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ସମାଜସେବୀ ହରି ରାଓ ଏକ ଯଜ୍ଞ ର ଆୟୋଜନ କରିଥିଲେ। ନିଜ ଗ୍ରାମ କୁମୁଲିପୁଟ ପଂଚାୟତ ଅନ୍ତର୍ଗତ ଦଣ୍ଡସେନା ଗ୍ରାମ ରେ ଏକ ଯଜ୍ଞ କରିଥିଲେ।
ଏହି ଯଜ୍ଞ ରେ ହରି ରାଓ କର୍ତ୍ତା ଭାବେ ବସିଥିବା ବେଳେ ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ। ପ୍ରତିଟି ଗ୍ରାମରେ ଲୋକ ମାନେ କରୋନା କୁ ହଟାଇବା ନିମନ୍ତେ ଯଜ୍ଞ ର ଆୟୋଜନ କରିବାକୁ ନିବେଦନ କରିଥିଲେ।