ବୋରିଗୁମ୍ମା (କେ.ସାକିଲି ଦୋରା)—ମହାମାରୀ କରୋନା ର ଦ୍ଵିତୀୟ ଲହର ରୁ ବର୍ତ୍ତିବା ପାଇଁ ଏକ ମାତ୍ର ମାଧ୍ୟମ ହେଉଛି ସଚେତନତା। ବାହାର କୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ କୁ ବାରମ୍ବାର ସାନିଟାଇଜ କରିବା ସହ ହାତ ସଫା ରଖିବା। ଏହିଭଳି ସଚେତନତା ବାର୍ତ୍ତା ଦେଇଛନ୍ତି ବୋରିଗୁମ୍ମା ହର୍ଷ ଟ୍ରଷ୍ଟ। ଆଜି ହର୍ଷ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ କରୋନା ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି।ଥାନା ପରିସରରେ ଆଇ ଆଇ ସି ସଞ୍ଜୟ କୁମାର ମଣ୍ଡଳ ଏହାର ଶୁଭାରମ୍ଭ କରିଥିଲେ।ହର୍ଷ ଟ୍ରଷ୍ଟ ର ବୋରିଗୁମ୍ମା ବ୍ଲକ ମୁଖ୍ୟ ରାଜେଶ ବାରିକ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଆଜି ବ୍ଲକ ର ପଣ୍ଡସଗୁଡା,ହରଦଳି, ନୂଆଗାଁ, ବିଜାପୁର ଓ ବାଣ୍ଡିଗୁଡା ପଂଚାୟତ ରେ ମାଈକ ଯୋଗେ କରୋନା ସଚେତନତା ବାର୍ତ୍ତା ପ୍ରଚାର କରିଛନ୍ତି। ବିନା ମାସ୍କ ରେ ପଦାକୁ ଯାଆନ୍ତୁ ନାହିଁ, ସବୁବେଳେ ସାମାଜିକ ଦୂରତା ରକ୍ଷା କରନ୍ତୁ।ତାହା ହେଲେ କରୋନା ଭଳି ମହାମାରୀ ରୋଗ ଆମ ପାଖ କୁ ଆସିବ ନାହିଁ ବୋଲି ସଚେତନତା ବାର୍ତ୍ତା ଦେଇଥିଲେ।।ଆସନ୍ତା ମଇ,୨୧ ତାରିଖ ପର୍ଯ୍ୟନ୍ତ କରୋନା ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି ହର୍ଷ ଟ୍ରଷ୍ଟ ବୋରିଗୁମ୍ମା ମୁଖ୍ୟ ରାଜେଶ ବାରିକ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ହର୍ଷ ଟ୍ରଷ୍ଟ ର କର୍ମକର୍ତ୍ତା ବିଶ୍ୱ ରଞ୍ଜନ ଜେନା,ହରିଚନ୍ଦନ ତ୍ରିପାଠୀ, କେଶବ ଚନ୍ଦ୍ର ଦାସ,ରଘୁନାଥ ପଣ୍ଡା,ପ୍ରଶାନ୍ତ କୁମାର ପଡ଼ିହାରୀ,ଦିନେଶ ପଣ୍ଡା ଓ ସିଦ୍ଧାର୍ଥ କୁମାର ପରିଡା ପ୍ରମୁଖ ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।
Comments are closed.