Odisha news

ବିଇଓ କାର୍ଯ୍ୟାଳୟ ରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଚାରୋଟି ଆଲମୀରା ର ତାଲା ଭଙ୍ଗାଗଲା।

0

ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ସ୍ଥିତ ବିଇଓ କାର୍ଯ୍ୟାଳୟ ପରିସରରେ ଦୀର୍ଘ ତିନି ମାସ ହେବ ବନ୍ଦ ଥିବା ଚାରୋଟି ଆଲମୀରା କୁ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତ ରେ ଭଙ୍ଗା ଯାଇଥିବା ସୂଚନା ମିଳିଛି।ଖବର ନେବାରୁ ଜଣାଯାଇଛି ଯେ ଗତ ୦୮.୦୧.୨୦୨୧ ତାରିଖରେ ବିଇଓ କାର୍ଯ୍ୟାଳୟ ର ଜଣେ କନିଷ୍ଠ କିରାଣୀ ଙ୍କ ବଦଳି ପରେ ଜୈନିକ କିରଣୀ ଚାର୍ଜ ହେଣ୍ଡଓଭର କରି ନ ଥିଲେ। ବର୍ତ୍ତମାନ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର ଗତ ୨୩.୦୨.୨୦୨୧ ତାରିଖରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରେ ବୋରିଗୁମ୍ମା ବିଇଓ କାର୍ଯ୍ୟାଳୟ ଅଧିନ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ପେନସନ,ଇଂକ୍ରିମେଣ୍ଟ ଅତ୍ୟାବଶ୍ୟକ କାର୍ଯ୍ୟ କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ବିଇଓ କାର୍ଯ୍ୟାଳୟ ର ଅଧିକାରୀ ବଦଳୀକନିଷ୍ଠ କିରାଣୀ ଙ୍କ ଘଟଣା କହିବା ପରେ ତୁରନ୍ତ ଚାରୋଟି ଆଲମୀରା କୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଭାଙ୍ଗିବାକୁ ନିର୍ଦ୍ଧେଶ ଦେଇଥିଲେ। ଜୟପୁର ଉପ ଜିଲ୍ଲାପାଳ ଙ୍କ ପତ୍ରାଙ୍କ ନମ୍ବର ୧୭୪୭ / ୦୫.୦୪.୨୦୨୧ ଅନୁସାରେ ବୋରିଗୁମ୍ମା ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ପଟ୍ଟନାୟକ ଓ ପୋଲିସ ଙ୍କୁ ୦୯.୦୪.୨୦୨୧ ତାରିଖରେ ବିଇଓ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ଚାରୋଟି ଆଲମୀରା କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ଶୁକ୍ରବାର ୦୯.୦୪.୨୧ ଥିବାରୁ ଵିଇଓ କାର୍ଯ୍ୟାଳୟ ରେ ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ପଟ୍ଟନାୟକ ଓ ପୋଲିସ ଏ ଏସ ଆଇ ସଞ୍ଜୟ ମଣ୍ଡଳ ଉପସ୍ଥିତ ରେ ଚାରୋଟି ଆଲମୀରା ଭଙ୍ଗାଯାଇଥିଲା। ସେଥି ମଧ୍ୟରେ ଥିବା ଶିକ୍ଷକ ମାନଙ୍କ ସର୍ବିସ ବୁକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାଗଜପତ୍ର ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ହିସାବ କରାଯାଇଛି। ଦୀର୍ଘ ୯୦ ଦିନ ପରେ ଚାରୋଟି ଆଲମୀରା ତାଲା ପଡିଥିବା ବେଳେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ୟକ୍ତିଗତ କାର୍ଯ୍ୟ ହେବାରେ ବାଧା ଉପୁଜୁଥିଲା। ତେବେ ବଦଳି ହୋଇଥିବା କନିଷ୍ଠ କିରାଣୀ କେଉଁ କାରଣରୁ ଚାର୍ଜ ଦେଇ ନ ଥିଲେ ତାହା ଏବେବି ରହସ୍ୟମୟ ହୋଇରହିଛି।

Ad2
Leave A Reply