Odisha news

ସରକାରୀ ଦପ୍ତର ରେ କୋବିଡ଼ ନିୟମ କୁ ଖୋଲାଖୋଲି ଉଲଂଘନ

0
ବୋରିଗୁମ୍ମା (କେ.ସାକିଲି ଦୋରା)—-ମହାମାରୀ କରୋନା ର ପ୍ରଥମ ପର୍ଯ୍ୟାୟ ର କରାଳ ରୂପ ମାନସ ପଟ ରୁ ନ ଲିଭୁଣୁ ପୁଣି ଦ୍ୱିତୀୟ ଲହରୀ ଆରମ୍ଭ ହେବାକୁ ସଜବାଜ ହେଲାଣି। ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ମାନଙ୍କରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ପୁଣି ସତର୍କତା ଅବଲମ୍ବନ କରିଛନ୍ତି। ଏଣୁ ଏସ ଆର ସି ଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି କୋବିଡ଼ ନିୟମ କୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ସୋମବାର ଦିନ କୋରାପୁଟ ଜିଲ୍ଲାପାଳ ସମସ୍ତ ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଭିଡିଓ କଂଫେରେନ୍ସ ଯୋଗେ କଥା ହୋଇଥିଲେ।ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାର୍ଯ୍ୟ କରିବା ପାଇଁ କହିଛନ୍ତି। କିନ୍ତୁ ବୋରିଗୁମ୍ମା ବ୍ଲକ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କୋବିଡ଼ ନିୟମ କୁ ଖୋଲାଖୋଲି ଉଲଘଂନ କରାଯାଉଥିବା ଦେଖାଦେଇଛି। ବ୍ଲକରେ କାର୍ଯ୍ୟାଳୟ ରେ ସାଧାରଣ ଲୋକ ଙ୍କ ଗହଳ ଚହଳ ଦେଖାଦେଇଥାଏ। ବ୍ଲକ ର କୌଣସି ଅଧିକାରୀ କୋବିଡ଼ ନିୟମ ମାନୁ ନାହାନ୍ତି। କାଁ ଭାଁ ଅଧିକାରୀ ଙ୍କୁ ବାଦ ଦେଲେ କୌଣସି ଅଧିକାରୀ ମାସ୍କ ପିନ୍ଧୁ ନ ଥିବା ଅଭିଯୋଗ ହୋଇଛି। ଯେଉଁଠି ମାସ୍କ ପରିଧାନ ନାହିଁ, ସେଠି ସାମାଜିକ ଦୂରତା କୁ କିଏ ପଚାରେ ?  ସେହି ଭଳି ପଞ୍ଚାୟତ କାର୍ଯ୍ୟାଳୟ, ବନ ବିଭାଗ, କୃଷି ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ଅନ୍ୟ ସରକାରୀ ଦପ୍ତର ରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ନାହିଁ। କେବଳ ପୋଲିସ ପ୍ରଶାସନ ବୋରିଗୁମ୍ମା ସହରରେ ସୋମବାର ସନ୍ଧ୍ୟାରେ ଡ଼ାକବାଜି ଯନ୍ତ ଯୋଗେ କୋବିଡ଼ ସଚେତନତା କରାଇଥିଲେ। କିନ୍ତୁ ବ୍ଲକ ପ୍ରଶାସନ କୋବିଡ଼ ସଚେତନତା କରିବାରେ ସମ୍ପୂର୍ଣ୍ଣ ଭାବେ ଅବହେଳା କରୁଥିବା ଅଭିଯୋଗ ହୋଇଛି। କୌଣସି ଜନଗହଳି ପୂର୍ଣ୍ଣ ସ୍ଥାନରେ କୋବିଡ଼ ସଚେତନତା ବାର୍ତ୍ତା ର ବ୍ୟାନର ନାହିଁ।ରାଜ୍ୟ ସରକାର ଙ୍କ କୋବିଡ଼ କଟକଣା କୁ ସମ୍ପୂର୍ଣ୍ଣ ଭାବେ ଅବହେଳା କରୁଛନ୍ତି ବ୍ଲକ ପ୍ରଶାସନ। ଏଣୁ ପ୍ରଶାସନ ତରଫରୁ କୋବିଡ଼ ସଚେତନତା କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
Leave A Reply