ବୋଲଗଡ : ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ପ୍ରଥମ ପତ୍ନି ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀ ନାମରେ ବୋଲଗଡ ଥାନାରେ ପତ୍ନି ଅଭିଯୋଗ କରିଛନ୍ତି । ସ୍ୱାମୀକୁ ବୋଲଗଡ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି । ଘଟନାରୁ ପ୍ରକାଶ ଯେ,ରାମଚନ୍ଦ୍ରପୁର ହରିଜନ ସାହିର କାହ୍ନୁ ନାଏକ ଗତ୧୮ବର୍ଷ ତଳେ ହିନ୍ଦ ଧର୍ମର ବୈଦିକ ରିତୀ ଅନୁଯାୟୀ କଟକ ଜିଲ୍ଲା ବାଙ୍କି ଥାନା ପଶାଣିଆ ଗ୍ରାମର ହିନ ନାଏକଙ୍କ ଝିଅ ତଅପୋଇ ନାଏକଙ୍କୁ ବିବାହ କରିଥିଲେ ।
ତାଙ୍କ ଔରଷରୁ ୧୭ବର୍ଷର ଏକ ଝିଅ ଓ ୨ଟି ପୁଅ ଅଛନ୍ତି । କିନ୍ତୁ ସ୍ୱାମୀ କାହ୍ନୁ କଳାପଥର ଗ୍ରାମର ଅନ୍ୟ ଜାତିର ଏକ ଝିଅକୁ ଭଳପାଇ ଆଣି ଘରେ ଏକ ସପ୍ତାହ ଧରି ରଖିଛନ୍ତି । ଏହାକୁ ପରିବାର ଲୋକେ ବିରୋଧ କରିବାରୁ କାହ୍ନୁ ନିଜ ମା ଝୁମ୍ପେଇ ଦେଇ ମିଳିତ ଭାବେ ବୋହୁ ତଅପୋଇ ନାଏକଙ୍କୁ ନିସ୍ତୁକ ମାଡ ମାରି ଘରୁ ବାହାରିଯିବାପାଇଁ ବାରମ୍ବାର ଧମକ ଚମକ ଦେଉଛନ୍ତି । ଏସଂକ୍ରାନ୍ତରେ ପତ୍ନି ତଅପୋଇ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ଏସଆଇ ପବିତ୍ର ମୋହନ ପ୍ରଧାନ ସ୍ୱାମୀ କାହ୍ନୁ ନାଏକକୁ ଥାନାରେ ଅଟକ ରଖି ପଚାର ଉଚରା ଜାରୀ ରଖିଛନ୍ତି ।