ବୋଲଗଡ: ମହମାରୀ କରୋନା ଭୁତାଣୁ ରାଜ୍ୟରେ ଆତଙ୍କ ଖେଳାଇ ଥିଲାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସେଥି ମଧ୍ୟରୁ ବୋଲଗଡ ବ୍ଲକରେ ଅଦ୍ୟାବଧି ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ ହୋଇଥିବାବେଳେ ସୋମବାର ଦିନ ଆଉ ନୁଆ ୫ଜଣଙ୍କର ସ୍ୱାବ ନମୁନାରେ ପଜିଟିଭ ଚିହ୍ନଟ ହୋଇଥିବାରୁ ସେମନାଙ୍କୁ କୋଭିଡ ଚିକିତ୍ସ୍ୟାଳୟକୁ ପଠାଇଦିଆଯାଇଛି । ସେଥି ମଧ୍ୟରୁ ଫାସିଓଦା ପଞ୍ଚାୟତର ବୃନ୍ଦାବନପୁର ଗ୍ରାମର ପୂର୍ବ ଆକ୍ରାନ୍ତ ସ୍ୱାମୀ ସ୍ତ୍ରୀଙ୍କର ୭୦ବର୍ଷର ବାପା,୬୦ବର୍ଷର ମା’ ଓ ତାଙ୍କର ୫ବର୍ଷର ପୁଅ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦିଘିରୀ ଗ୍ରାମର ଜନୈକ ଟେଣ୍ଟ ହାଉସ ମାଲିକଙ୍କ ପୁଅ(୩୦) ସେ ଭୀମପଡା ବଜାରରେ ଦୋକାନ କରିଥିଲେ । ଯାହାଫଳରେ ତାଙ୍କ ସଂସ୍ପର୍ଶରେ ଭୀମପଡା ଓ ଦିଘିରୀ ଗ୍ରାମର ବହୁଲୋକ ଆସିଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ଏହାକ ନେଇ ଦିଘିରୀ, ବୃନ୍ଦାବନପୁର,ଭୀମପଡା, ଟାଙ୍ଗିସାହି ଗ୍ରାମରେ ଆତଙ୍କ ଖେଳିଯାଇଛି ।
ଫାସିଓଦା ପଞ୍ଚାୟତର ସରପଞ୍ଚ ବ୍ରଜକିଶୋର ପାତ୍ର ଦିଘିରୀ ଓ ବୃନ୍ଦାବନପୁର ଗ୍ରାମକୁ ସୋମବାର ଦିନ ସକାଳ ୬ଟାରୁ ଆସନ୍ତା ରବିବାର ଦିନ ରାତି ୧୦ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋାନ ଘୋଷଣା କରିଛନ୍ତି । ଏହାବାଦ ସମଗ୍ର ପଞ୍ଚାୟତକୁ ୧୯ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କରିଛନ୍ତି । ଅନୁରୂପ ଭାବେ କଳାଙ୍ଗ ପଞ୍ଚାୟତର ଦିବ୍ୟସିଂହପୁର ଗ୍ରାମର ଦିଘିରୀ ଗ୍ରାମର ଆକ୍ରାନ୍ତଙ୍କ ସମ୍ପର୍କିୟ ୫୫ବର୍ଷିର୍ୟ ମହିଳାଙ୍କ ସ୍ୱାବ ନମୁନା ପଜିଟିଭ ଆସିବାରୁ ତାଙ୍କୁ ମଧ୍ୟ ଭୁବନେଶ୍ୱର ସ୍ୱତନ୍ତ୍ର କୋଭିଡ ଚିକିତ୍ସ୍ୟାଳୟକୁ ପଠାଯାଇଛି । ଏଥିପାଇଁ କଳାଙ୍ଗ ପଞ୍ଚାୟତର ସରପଞ୍ଚ ବାସୁଦେବ ପରିଡା ଆସନ୍ତା ରବିବାର ପର୍ଯ୍ୟନ୍ତ ଦିବ୍ୟସିଂହପୁର ଓ ନିକଟସ୍ଥ ମାଳିସାହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଯାହାଫଳରେ ବୋଲଗଡ ଅଞ୍ଚଳରେ ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ମାଇକ ଦ୍ୱାରା ପ୍ରଚାର କରାଯାଉଛି ଓ ସଚେତନା ପାଇଁ ବାରମ୍ବାର ଅନୁରୋଧ କରାଯାଉଛି । ବୋଲଗଡ ଥାନା ପୁଲିସ ପକ୍ଷରୁ ଅମାନିଅ ଓ ଗାଲୁଆ ମାସ୍କ ପିନ୍ଧି ନଥିବା ଲୋକ ଏବଂ ଦୋକାନିଙ୍କ ଠାରୁ ୪ହଜାର ଟଙ୍କା ଜରିମନା ଆଦାୟ କରିଛନ୍ତି ।
