Odisha news

ଭୁବନ : ନାବାଳିକା ବିବାହ ରୋକିଲା ପ୍ରଶାସନ

0

ଭୁବନ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ଏକ ନାବାଳିକା ବିବାହକୁ ରୋକିପାରିଛି ପ୍ରଶାସନ । ସିଡବ୍ୟୁସିର ନିଦ୍ଦଦେ୍ଦଶକ୍ରମେ ପ୍ରଶାସନ ଗ୍ରାମରେ ପହଁଚି ବାଲ୍ୟବିବାହ ବନ୍ଦ କରିବା ସହ ପରିବାରକୁ ସଚେତନ କରାଇଥିଲେ । ଖବରନେବାରେ ଜଣାଯାଏ ଯେ ମଙ୍ଗଳବାର କାମାକ୍ଷାନଗର ବ୍ଲକ ବଡସୁଆଁଳୋ ପଚାଂୟତ ଅରାଚୁଆ ଗ୍ରାମରେ ଗୋଟିଏ ଘରେ ବେଦୀ ବନ୍ଦାଯାଇଛି । ତୋରଣ ହୋଇଛି , ବରକୁ ଅପେକ୍ଷା କରିଛନ୍ତି କନ୍ୟାଘର । ବରପକ୍ଷକୁ ଆପ୍ୟାୟିତ କରିବା ପାଇଁ ଭୋଜି ମଧ୍ୟ ରନ୍ଧାଯାଇଛି । କଙ୍କଡାହାଡ ବ୍ଲକର ଖଜୁରିଆ ଗ୍ରାମର ଉଲ୍ଲାସ ନାମକ ବର ମଧ୍ୟ ଗ୍ରାମରୁ ବରଯାତ୍ରୀ ଧରି ଆସିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି । ଏହି ସମୟରେ ବ୍ଲକ ପ୍ରଶାସନ ଶିଶୁବିକାଶ ଅଧିକାରୀ ଶୈଳେନ୍ଦ୍ରୀ ପଟେଲଙ୍କ ନେତୃତ୍ୱ ପହଁଚିଥିଲେ ଏକ ଟିମ ।

ବାହାଘରର ସମସ୍ତ ଆୟୋଜନ ଦେଖିବା ପରେ କନ୍ୟାର ବୟସ ବିଷୟରେ ଅଙ୍ଗନଦ୍ୱାଡି କର୍ମୀ ନମିତା ନାୟକଙ୍କ ଠାରୁ ବୁଝିଥିଲେ । ଆଇନ ଶୃଙ୍ଗଳା ଦୃଷ୍ଟି କୋଣରୁ ପୋଲିସ ବାହିନୀର ଝରଣା ଦାସ ମହିଳା ହୋମଗାର୍ଡ ଅନୁପମା ସାହୁ ସରପଚଂ ବି ଜାଗା ଉପରେ ଉପସ୍ଥିତ ହୋଇ ନାବାଳିକାକୁ ବୁଝାଇଥିଲେ । ପରେ ବିବାହ କାର୍ଯ୍ୟ ସାବାଳକ ହେବାପରେ କରିବା ନିମନ୍ତେ କନ୍ୟା ପିତା ମାତାଙ୍କୁ ସତ୍ୟପାଠ କରାଇଥିଲେ । ସିଡବ୍ୟୁସି ର କର୍ମଚାରୀ ବିନୋଦ ବେହେରା ସମସ୍ତ କାର୍ଯ୍ୟରେ ସହ ଯୋଗ କରିଥିଲେ । ସେହିପରି ଗତ ୧୨ ତାରିଖ ଦିନ ପରଜଙ୍ଗ ବ୍ଲକ ବଡକମର ଗ୍ରାମରେ ପରଜଙ୍ଗ ଶିଶୁବକାଶ ଅଦôକାରିଣୀ ମମତା ମଜ୍ଞରୀ ଦେଓପର୍ଜଙ୍ଗ ଥାନା ଏସ.ଆଇ ଅବିନାଶ ନାୟକ ଶିଶୁ ସହାୟକ କେନ୍ଦ୍ର ଅଧିକାରୀ ମିଲା ଦେହୁରୀ ବିଶିକେଶନ ବେହେରା ଅଙ୍ଗନଦ୍ୱାଡି କର୍ମୀ ଜ୍ୟୋସ୍ନାରାଣୀ ସେଠଙ୍କ ଉପସ୍ଥିତିରେ ନାବାଳିକା ବିବାହ ବନ୍ଦ କରିବା ସହ ସଚେତନ କରାଇଥିଲେ ।

Leave A Reply