ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଏକ ବ୍ୟବସାୟୀକ ପେଣ୍ଠସ୍ଥଳ । କମ ସାନ୍ଦ୍ରତା ମଧ୍ୟରେ ବହୁ ଲୋକ ବାସ କରନ୍ତି । ବିଶ୍ୱମହାମାରୀ କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଜନତା କର୍ଫ୍ୟ ଠାରୁ ଆରମ୍ଭ କରି ଲକଡାଉନ ଓ ଅନଲକ ପର୍ଯ୍ୟନ୍ତ ପୋଲିସ ଗାଡିର ସାଇରନ ଶୁଣି ଜନତାଙ୍କ ପିଳେଇହି ପାଣି ହେଇଯାଉଥିଲା । ବିଶେଷ କରି ଭୁବନର ପରିବା ବଜାରରେ ଭିଡ ନିୟନ୍ତ୍ରଣ କରିବାରେ ସିଦ୍ଧ ହସ୍ତ ହୋଇପାରିଥିଲେ ତତକାଳିନ ପ୍ରଶାସକ ଶକ୍ତକାନ୍ତ ରାୟ ଓ ଥାନାଧିକାରୀ ନିର୍ମଳାଗୋଚ୍ଚାୟତ । ଏହି ଦୁଇ ଅଧିକାରୀଙ୍କ ଇତି ମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛି । ଭୁବନର ପରିସ୍ଥିତି ବି ବଦଳିଯାଇଛି ।
ଆଉ ଦେଖିବାକୁ ମିଳିନି ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କି ମାଗଣା ମାସ୍କ ବଣ୍ଟନ । ବରଂ ମାଗଣାବଣ୍ଟ ସାରଥୀ ସାଜିଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସମ ହସପିଟାଲରେ ଭର୍ତ୍ତ ହୋଇ ଚିକିସôିତ ହେବା ପରେ ଭୁବନ ସହର ଏକ ଅଜଣା ଆତଙ୍କିତ । ପରିବା ବଜାର ମନକୁମନ ନିୟନ୍ତ୍ରଣ ମଧ୍ୟରେ । ଛକ ବଜାରରେ ପୋଲିସ ପକ୍ଷରୁ ସଜାଗ ବାହିନୀ ଅମାନିଆଙ୍କୁ ସାବାଜ କରୁଛନ୍ତି । ଲକାଉନ ସମୟରେ ଭୁବନବାସୀ ଶୁଣି ଥିବା ପୋଲିସ ଗାଡିର ସାଇରନ ଏବେ ଆଉ ଶୁଣିବାକୁ ପଡୁନି । ଫଳରେ ଗାଁ ଭିତରେ ଥିବା ଦୋକାନ ଗୁଡିକ ଜିଲ୍ଲାପାଳଙ୍କ ଘୋଷିତ ସମୟ ସୀମାକୁ ଉଲ୍ଲଘନ କରୁଥିବା ଦେଖାଦେଇଛି । ଏପରିକି ବହୁ ଘୋଷିତ ମଦ ଦୋକାନ ବି ସାମିଲ ଅଛନ୍ତି । ପୋଲିସ ସାଇରନ ଦ୍ୱାରା ଅନେକ ବ୍ୟକ୍ତି ସଜାଗ ହୋଇଉଠୁଥିଲେ ଯାହାକି ଆଜି ଶୁଣିବାକୁ ମକ୍ଟଳରନାହିଁ ।