ବୋଲଗଡ : କରୋନା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପ୍ରଶାସନ ଓ ପୋଲିସ ପକ୍ଷରୁ ଯୋଦ୍ଧା ଭାବେ ଦିନରାତି ନିଜକୁ ସମର୍ପଣ କରିଛନ୍ତି । ଏହି ଅବସରରେ ବୋଲଗଡ ଥାନା ପୋଲିସ ଜନସାଧାରଣଙ୍କୁ ମାସ୍କ ଓ ବିସ୍କୁଟ ବଣ୍ଟନ କରିବା ସହିତ ଗ୍ରାମ ଗ୍ରାମରେ ସଚେତନତା ବାର୍ତ୍ତା ଡାକବାଜୀ ଯନ୍ତ୍ର ମାଧ୍ୟମରେ ପ୍ରଚାର କରିଥିଲେ । ସୋମବାର ଦିନ ଏଥିପାଇଁ ବୋଲଗଡ ଥାନା ଅଞ୍ଚଳକୁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ,ଏସଡିପିଓ ଶୁଶୀଲ କୁମାର ମିଶ୍ର ପ୍ରମୁଖ ବାଙ୍କୋଇ,ଗର୍ଭଣୀପଡା, ପାଟବନ୍ଧ,ହାଟବସ୍ତ,ବଡକୁମାରୀ, ପ୍ରଭୃତି ଗ୍ରାମମାନଙ୍କରେ ଶତାଧିକ ଲୋକମାନଙ୍କୁ ମାସ୍କ ,ବିସ୍କୁଟ, ପାଣିବେତାଲ ଓ ଫଳ ବଣ୍ଟନ କରିଥିଲେ । ଏଥିରେ ବୋଲଗଡ ଥାନା ଅଧିକାରୀ ଶେଖ୍ ଆକବର ଅଲ୍ଲୀ,ବାଙ୍କୋଇ ଫାଣ୍ଡି ଅଧିକାରି କୁମର ମୁଦୁଲି ସମେତ ବହୁ ପୋଲିସ କର୍ମଚାରି ସହଯୋଗ କରିଥିଲେ