ଧର୍ମଶାଳା: ମହାମାରୀ କରୋନା ସାରାବିଶ୍ୱରେ ଏବେ ଅଦୃଶ୍ୟ ତାଣ୍ଡବ ରଚି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁସାରା ପୃଥୀବି ବ୍ୟଗ୍ର ହୋଇ ଉଠଛି । ଏଥିରେ ରାଜ୍ୟ ସରକାର ମଧ୍ୟ କରୋନା ଭୁତାଣୁକୁ ରୋକ ଦେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଚାଲିଛନ୍ତି । ଏଥିରେ ପ୍ରଶାସନ ତଥା ବିଶେଷକରି ରାଜ୍ୟରେ ଥିବା ପୋଲିସ ଭୂମିକା ଗରୁତ୍ୱ ପୂର୍ଣ୍ଣ ହୋଇ ପଡିଛି । ନିଜର ପରିବାର ପ୍ରତି ନଜର ନଦେଇ ସାଧାରଣ ଲୋକଙ୍କ କାର୍ଯ୍ୟରେ ସମୟ ଦେଇ ଚାଲିଛି । ଏହି ସମୟରେ ଚୋରା ବେପାରି ମାନଙ୍କୁ ,ରୋକ ଦେବା ସହିତ ମହାମାରୀ କରୋନା ମୁକାବିଲା କରିବା ପାଇଁ ପ୍ରାଣମୂଚ୍ଛା ଚେଷ୍ଟା ଚଳାଇଛି । ଏହି ଭୂତାଣୁ ପାଇଁ ଏଯାବତ କୈାଣସି ଟିକା କିମ୍ବା େଓ÷ାଷଧ ବାହାରି ପାରି ନାହିଁ । କେବଳ ସଚେତନତା ମଧ୍ୟମରେ ରୋକା ଯାଇପାରିବ ବୋଲି ସରକାରୀ ସ୍ତରରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମାଧ୍ୟମରେ ସଚେତନତା କରାଯାଉଛି । ସେହି ପରି ପୋଲିସ ମଧ୍ୟ ଏଥିରୁ ବାଦ ଯାଇ ନାହିଁ । ଧର୍ମଶାଳା ବିଭିନ୍ନ ଅଞ୍ଚଳରେ କରୋନା ମରୁ ମୁକ୍ତ ହେବା ପାଇଁ ସାମାଜିକ ଦୂରତ୍ୱ ସହିତ ନାଚଗୀତ ମାଧ୍ୟମରେ ସଚେତନତା କରାଯାଉଛି । ଏହି କ୍ରମରେ ଆଜି ଧର୍ମାାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଓ ଗୋପାଳପୁର ଗ୍ରାମରେ ଅଭିନବ ଢଙ୍ଗରେ ସଚେତନତା କରାଯାଇଥିଲା । ଯାଜପୁର ଜିଲା ଧର୍ମଶାଳା ଅଧିକାରୀ ସରୋଜ କୁମାର ସାହୁ ଏକ ସଙ୍ଗୀତ ରଚନା କରିବା ସହ କଣ୍ଠ ଦାନ କରିଥିଲେ । କେଳା କେଲୁଣି ନାଚ ଗୀତ ମାଧ୍ୟରେ ଏହି ଗୀତକୁ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା । ଧର୍ମଶାଳା ଥାନାର ସହକର୍ମୀଙ୍କ ସମେତ ଜାରକା ବିଟ୍ ହାଉସ ଅଧିକାରୀ ଓ ତାଙ୍କ ସହକର୍ମୀ ମାନେ ଉପସ୍ଥିତ ରହି ସଚେତନତାକୁ ତ୍ୱରାନିତ କରିଥିଲେ ।