ଭଦ୍ରକ ଜିଲ୍ଲାକୁ ଫେରିଛନ୍ତି ୪୭୮ଜଣ କୋଲକତା ଫେରନ୍ତା , ଜିଲ୍ଲାର ୩୨ପଞ୍ଚାୟତ ସର୍ଭିଲାନ୍ସ ଜୋନ୍ ଘୋଷିତ , ୧୬୪୭ଙ୍କ ସ୍ୱାବ ନମୁନା ଯାଇଥିଲା, ସବୁ ନେଗେଟିଭ୍
ଭଦ୍ରକ : ଭଦ୍ରକ ଜିଲ୍ଲାକୁ ଗତ ୩ଦିନ ମଧ୍ୟରେ ୧୬୪୭ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲା । ତେବେ ସୌଭାଗ୍ୟର କଥା ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ବାହାରିଛି । ଅନ୍ୟପକ୍ଷେ ଜିଲ୍ଲାର ୪ଟି ବ୍ଲକ-ବାସୁଦେବପୁର, ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡିରେ ୧୩ କରୋନା ଆକ୍ରାନ୍ତଙ୍କ କୋଲକତା ଟ୍ରାଭେଲ ହିଷ୍ଟ୍ରି ଥିବା ଭଳି ଜିଲ୍ଲାର ୭ଟି ବ୍ଲକର ୩୨ଟି ପଞ୍ଚାୟତରେ ୪୭୮ଜଣ କଲିକତା ଫେରନ୍ତାଙ୍କୁ ପ୍ରଶାସନ ଏବେ ଠାବ କରିଛି । ଏହି କଲିକତା ଫେରନ୍ତାମାନେ ଗତ ୨୯.୩.୨୦ରୁ ଆଜି ମଧ୍ୟରେ ଏହି ସବୁ ପଞ୍ଚାୟତକୁ ଫେରିଛନ୍ତି । ଏହି ୩୨ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭିଲେନ୍ସ ଜୋନ୍ଭାବେ ପ୍ରଶାସନ ଘୋଷଣା କରିଛି ।
ଏହି ସବୁ ପଞ୍ଚାୟତ ଗୁଡିକ ହେଲା, ବାସୁଦେବପୁର ବ୍ଲକର-ଜିବିନଗରରେ ୧୮ଜଣ କଲିକତା ଫେରନ୍ତା, ଭଦ୍ରକ ବ୍ଲକର ବେତଡା-୧୭, କଲେଇ-୧୨, କାଉପୁର-୧୨, ବିଷ୍ଣୁପୁରବିନ୍ଧା-୧୧, ବରହମପୁର-୧୧କୁ ମିଶାଇ ୫ଟି ପଞ୍ଚାୟତର ୬୩ଜଣ, ଧାମନଗର ବ୍ଲକର-ପଧାନୀ-୩୫, କରଦା-୨୦, ଚୂଡାକୁଟୀ-୧୯, ଭଟସାହି-୧୮, ଆନନ୍ଦପୁର-୧୬, କଟସାହି-୧୬, ବମକୁରା-୧୫, ହସନାବାଦ-୧୫, ରଇପୁର-୧୫, ଦୋବଲ-୧୪, ସାହାସପୁର-୧୪, ଅସୁରାଳି-୧୨ ଓ କୋଠାର-୧୨କୁ ମିଶାଇ ୧୩ ପଞ୍ଚାୟତର ୨୨୧ । ସେହିପରି ତିହିଡି ବ୍ଲକର ଅଚକ-୧୭, ବାହାବଳପୁର-୧୭, ବାରୋ-୨୦, ଭାଟପଡା-୧୦, ଗୁଆମାଳ-୧୧, ମହରମପୁର-୩୫, ସାହାପୁର-୧୦କୁ ମିଶାଇ ୭ଟି ପଞ୍ଚାୟତର ୧୨୦, ଚାନ୍ଦବାଲି ବ୍ଲକର ମହୁଲିଆ-୧୨, ଗୋପିନାଥପୁର-୧୦କୁ ମିଶାଇ ୨ଟି ପଞ୍ଚାୟତର ୨୨ଜଣ, ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ପଞ୍ଚାୟତର ୧୦ଜଣ ଓ ବନ୍ତ ବ୍ଲକର କେନ୍ଦୁଆପଦା-୧୨, ଷେ„ତୀରା-୧୨କୁ ମିଶାଇ ୨୪ଜଣ । ଏହି ସବୁ ପଞ୍ଚାୟତ ଗୁଡିକର ଯୁଦ୍ଧକାଳୀନ ଭିତ୍ତିରେ ଘରଘର ବୁଲି ଏସ୍ଆରଆଇ, ଏଆରଆଇ ଓ ଆଏଲ୍ଆଇ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହାବ୍ୟତୀତ ଫେରନ୍ତା ମାନଙ୍କୁ ସାମାଜିକ ଦୂରତାରେ ରଖିବା ସହ କ୍ୱାରେନଟାଇନ୍, ଟେଷ୍ଟ ଓ ଆସୋଲେସନ ସହ କଣ୍ଟେନମେଣ୍ଟରେ ରଖିବା ପାଇଁ ଜିଲ୍ଳାପାଳ ଡକଫର ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପଞ୍ଚୟତସ୍ତରରେ କଲିକତା ଫେରନ୍ତାଙ୍କ ଚିକିସିା ବ୍ୟବସ୍ଥା ପାଇଁ ଏକ ୫ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ଜଣେ ନୋଡାଲ ଅଫିସର(ସିଆରସିସି/ପ୍ରଧାନଶିକ୍ଷକ/କନିଷ୍ଠଯନ୍ତ୍ରୀ/ଆର୍.ଆଇ ଓ ଆଇସିଡିଏସ୍ ସୁପରଭାଇଜର)ଅଛନ୍ତି । ଏହି ଟିମ୍ ଗୁଡିକୁ ବିଭିନ୍ନ ବ୍ଳକରେ ବିଡିଓ, ଜିପିଓମାନେ ତାଲିମ ଦେଇଛନ୍ତି । ଭଦ୍ରକ ବ୍ଲକରେ ଆଜି ୩୬ଟି ଟିମ୍କୁ ତାଲିମ ଦିଆଯାଇଛି । ଅନୁରୂପଭାବେ “ଲକଡାଉନ’ ଅବଧି ସରିବା ପରେ କଲିକତା ଫେରନ୍ତାଙ୍କୁ ବସଷ୍ଟାଣ୍ଡ, ରେଳଷ୍ଟେସନ କିମ୍ବା ଅନ୍ୟ ସ୍ଥାନରୁ ସାମାଜିକ ଦୂରତା ରକ୍ଷା କରି ସରପଞ୍ଚମାନେ ସଂପୃକ୍ତ ପଞ୍ଚାୟତକୁ ଫେରାଇ ଆଣିବେ । ପରେ ପଞ୍ଚାୟତର କ୍ୱାରେନ୍ଟାଇନରେ ସେମାନଙ୍କୁ ରଖିବା ସହ ମାସ୍କ ପିନ୍ଧାଇବେ । ସେମାନଙ୍କ ସମସ୍ତ ଖାଦ୍ୟପେୟ ଆଦି ଖର୍ଚ୍ଚ ସ୍ଥାନୀୟ ସରପଞ୍ଚ ବହନ କରିବେ ।
ସେମାନଙ୍କୁ ୧୪ଦିନର କ୍ୱାରେନ୍ଟାଇନ୍ ରହଣୀ ଭିତରେ ଯଦି ସ୍ୱାସ୍ଥ୍ୟଗତ ଲକ୍ଷଣ ପ୍ରକାଶ ପାଇଲା ତେବେ, ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ । ଏହାବ୍ୟତୀତ ୧୪ଦିନ ପରେ ସମସ୍ତଙ୍କ ସ୍ୱାବ ଟେଷ୍ଟ କରାଯିବ । ନୋଡାଲ ଅଫିସରମାନେ ପଞ୍ଚାୟତରେ ଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ର ଗୁଡିକର ଶଯ୍ୟାସଂଖ୍ୟା, ପରିମଳ ବ୍ୟବସ୍ଥା, ବିଦ୍ୟୁତ/ଜେନେରେଟର ବ୍ୟବସ୍ଥା, ପାନୀୟ ଜଳ ଆଦି ବ୍ୟବସ୍ଥା ଗୁଡିକ ସମ୍ପର୍କରେ ତଦାରଖ କରି ରିପୋର୍ଟ ଦେବାକୁ କୁହାଯାଇଛି । ଜିଲ୍ଲାର ୫ଜଣ ବରିଷ୍ଠ ଡାକ୍ତରଙ୍କୁ କଲିକତା ଫେରନ୍ତାଙ୍କ ସ୍ୱାସ୍ଥ୍ୟସେବା ତଦାରଖ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଡାକ୍ତରମାନେ ହେଲେ-ଡା.ଶୁଭାଶିଷ ମହାରଣା, ଡା.ମୁରଲୀଧର ନାୟକ, ଜିଲ୍ଲା ଡା.ଜୟନ୍ତ ପଣ୍ଡା, ଡା.ସନ୍ତୋଷ ପୃଷ୍ଟି, ଡା.ସୁମିତ୍ରା ଦେ