ରଣପୁର : କରୋନା ଭାଇରସ୍ ପାଇଁ କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶ କ୍ରମେ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଥିଲା ବେଳେ ଏହି ଲକ୍ଡାଉନ୍ ର ଫାଇଦା ନେଇ କିଛି ଚୋରା ବେପାରୀ ସକ୍ରିୟ ହୋଇଥିବା ଜଣା ପଡିଛି । ଏହି ପରିପ୍ରେକ୍ଷୀରେ ରଣପୁର ଅଂଚଳରେ ଚୋରା ଦେଶୀ ମଦ ବେପାର ଜୋର ଧରିଥିବା ବେଳେ ଆଜି ରଣପୁର ଥାନା ଇନିସ୍ପେକ୍ଟରଙ୍କ ନିଦେ୍ର୍ଧଶକ୍ରମେ ରଣପୁର ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଓ ବିଦିତା ନାୟକ ରାତି ଅଧିଆ ଚଢାଉ କରି ୪୦ଲିଟର ଦେଶୀ ମଦ ସହ ଗୋଟିଏ ଏକ୍ସ ଏଲ୍ ଗୋଟିଏ ଡିସ୍କଭର ବାଇକ୍ ଏବଂ ପଥର ବୋଝେଇ ମାଙ୍କଡା ଟ୍ରାକ୍ଟର ଜବତ କରିବା ସହ ୧୧ହଜାର ୪ଶହ ଟଙ୍କା ଜବତ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଖବର ଅନୁସାରେ ଗତକାଲି ରାତିରେ ରଣପୁର ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ରଣପୁର ମୁଖ୍ୟ ରାସ୍ତାରୁ ଏକ ଏକ୍ସ ଏଲ ଗାଡିରେ ୨୦ଲିଟର ଦେଶୀ ମଦ ନେଉଯାଉଥିବା ବେଳେ ଫତେଗଡର ନିର୍ଭୟା ଚରଣ ଲେଙ୍କାକୁ ଗିରଫ କରିବା ସହ ୧୧ହଜାର ୪ଶହ ଟଙ୍କା ଜବତ କରିଥିଲା । ସେହିଭଳି ହାଟ ସାହିଠାରେ ୨୦ଲିଟର ଚୋରା ଦେଶୀ ମଦ ନେଇ ଆସୁଥିଲା ବେଳେ ୨ଜଣଙ୍କୁ ଗିରଫ କରିବା ସହ ଏକ ବାଇକ ଜବତ କରାଯାଇଛି । ମୟୁରଝାଲିଆଠାରୁ ମାଙ୍କଡା ବୋଝେଇ ଟ୍ରାକ୍ଟର ବରମୁଳ ଅଭିମୁଖେ ଆସୁଥିବା ବେଳେ ବରମୁଳଠାରେ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି ।