Odisha news

ନୁତନ ବିଡିଓଙ୍କ କାର୍ଯ୍ୟରେ ଯୋଗଦାନ

0

ବୋଲଗଡ : ସବୁ ପ୍ରତୀକ୍ଷାରେ ଅନ୍ତଘଟାଇ ବୋଲଗଡ ବ୍ଲକରେ ବୁଧବାର ନୁତନ ବିଡିଓ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ ଦିର୍ଘ ୨ମାସ ହେବ ସଂପୃକ୍ତ ବ୍ଲକରେ ବିଡିଓ ପଦବି ଖାଲିପଡିଥିଲା । ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ଫଳରେ ନୁତନ ବିଡିଓ ଭାବେ ଧୋବେଇ ନାଏକ କାର୍ଯ୍ୟରେ ଯୋଗଦେଇଛନ୍ତି । ବୋଲଗଡ ତହସିଲଦାର ମେନାଲିସା ପଣ୍ା ଅତିରିକ୍ତ ବିଡିଓ ଦାୟିତ୍ୱରେ ରହି କାର୍ଯ୍ୟ କରୁଥିଲେ । ଏକ ମନୋରମ ପରିବେଷ ତଥା ସାମଜିକ ଦୁôତ୍ୱକୁ ରକ୍ଷା କରି ସୁଶ୍ରୀ ମୋନାଲିସା ପଣ୍ଡା ନୁତନ ବିଡିଓ ନାଏକଙ୍କୁ ସୈାଜନ୍ୟ ମୂଳକଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

ଏହି ସମୟରେ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହି ନୁତନ ବିଡିଓଙ୍କୁ ପୁଷ୍ପଗୁଚ୍ଛ ପ୍ରଧାଦ କରି ସ୍ୱାଗତ କରିଥିଲେ । ସେହିପରି ବ୍ଲକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା,ଉପାଧ୍ୟକ୍ଷା ପ୍ରତିମା ସାହୁ,ବାଙ୍କୋଇ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟା ପ୍ରଭାତି ରାଉତରାୟ,ବୋଲଗଡ ସରପଞ୍ଚ ବବିତା ସାହୁ ଓ ସମିତିସଭ୍ୟ ବୀର ଦାସ ପ୍ରମୁଖ ସ୍ୱାଗତ କରିଥିଲେ । ଅନୁରୂପ ଭାବେ ବୋଲଗଡ ପ୍ରେସ୍ କ୍ଲବ ପକ୍ଷରୁ ସଭାପତି ଗଙ୍ଗାଧର ଦାଶ, ପ୍ରଫୁଲ କୁମାର ସିଂହ, ଦିଲ୍ଲୀପ କୁମାର ଚଉଧୁରୀ ,ପାଣ୍ଡବ ସାହୁ,ପ୍ରଦୀପ ପ୍ରଧାନ, ଗୁରୁକୃଷ୍ଣଦୁଃଖାନନ୍ଦ ସାମନ୍ତରାୟ ପ୍ରମୁଖ ପୁଲତୋଡା ଦେଇ ସ୍ୱାଗତ କରିଥିଲେ । ନୁତନ ବିଡିଓ ଦାୟିତ୍ୱ ନେବାପରେ ସରକାରଙ୍କ ନିୟମାବଳୀ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ସହିତ ଜନପ୍ରତିନିଧି ଓ ଗଣମାଧ୍ୟମର ସାହାଯ୍ୟ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply