ଫୁଲନଖରା : ସି ଏମ ସି ୫୯ ନମ୍ବର ୱାର୍ଡ଼ ଅନ୍ତର୍ଗତ ତେଲେଙ୍ଗାପେଣ୍ଠସ୍ଥିତ ରାମନଗର ଗ୍ରାମ୍ୟ ଉନ୍ନୟନ କମିଟି ଓ କଟକ ସଦର ଥାନା ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଓ କରୋନା ଯୋଦ୍ଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି ଗ୍ରାମ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କଟକ ସଦର ୪ ନମ୍ବର ଜୋନ ଏ ସି ପି ସତ୍ୟରଂଜନ ମଲ୍ଲିକ, ସଦର ଥାନାଧିକାରୀ ସୁଧାଂଶୁଭୂଷଣ ଜେନା ,ବାସ୍ତୁବିତ୍ ଡ଼ଃ ମନୋଜ କୁମାର ଲେଙ୍କା ,ନୁ୍ୟଜଫୁ୍ୟଜ ଉପସ୍ଥାପକ ହୃଷିକେଶ ଦାଶ,ଅଭିନେତା ଆର୍ଯ୍ୟନ କୁମାର ,ଶିକ୍ଷାବିତ୍ ଡ଼ଃ ଶରତ କୁମାର ରଥ,ଉଦଘାଟନ କରିଥିଲେ ।
ଆଧ୍ୟାତ୍ମିକ ସ୍ତମ୍ଭକାର ଇଂ.ଶ୍ରୀ ସନ୍ନ୍ୟାସୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରୋନା ଯୋଦ୍ଧା ସମ୍ମାନ ରେ ମହାମାରୀ କରୋନା ସମୟରେ ନିଜର ଦାୟିତ୍ୱକୁ ସୂଚାରୁ ରୂପେ ନିର୍ବାହ କରିଥିବା ଏ ସି ପି ,ସଦର ଥାନାଧିକାରୀ ,ସମସ୍ତ ପୁଲିସ କର୍ମଚାରୀ ,୨୨ ଜଣ ସାମ୍ବାଦିକ ,୨ ଜଣ ଡ଼ାକ୍ତର ,ସ୍ୱାସ୍ଥ୍ୟକର୍ମୀ,ବିଦୁ୍ୟତ କର୍ମଚାରୀ,ଗୋ ସେବକ ଚିନ୍ମୟ ପାତ୍ରଙ୍କ ସମେତ ୧୦ ରୁ ଉଦ୍ଧ୍ୱର୍ ସମାଜସେବୀ ,ଏବଂ ସଂଗଠକମାନଙ୍କୁ ମାନପତ୍ର ,ଉତ୍ତରୀୟ ଓ କରୋନା ଯୋଦ୍ଧା ପଦକ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।
କଟକ ରେଡ଼କ୍ରସ ଭଣ୍ଡାର ର ଡ଼ାକ୍ତର ଓ କର୍ମଚାରୀମାନଙ୍କ ସହଯୋଗରେ ଶିବିରରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଗ୍ରାମ୍ୟ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଥିଲା ।ଗ୍ରାମ୍ୟ କମିଟି ସଭାପତି ପ୍ରକାଶ ଚନ୍ଦ୍ର ନାୟକ ଓ ସମ୍ପାଦକ ଲକ୍ଷ୍ମୀଧର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।