Odisha news

ପ୍ରବାସୀ ଶ୍ରମିକ ଙ୍କ ଦୁଃଖ ବୁଝିବ କିଏ ? ପିଲା ପରିବାର କୁ ନେଇ ରାଜରାସ୍ତାରେ ମଧ୍ୟପ୍ରଦେଶର ଦାଦନ ଶ୍ରମିକ।

0
ଗଞ୍ଜାମ:17,5 : କରୋନା ଭୁତାଣୁ ପାଇଁ ସବୁଆଡେ କାମଧନ୍ଦା ବନ୍ଦ ହୋଇଯାଇଛି।ରାଜ୍ୟ ବାହାରେ ଥିବା ଲୋକ ମାନେ ପ୍ରାଣ ବିକଳରେ ନିଜ ରାଜ୍ୟକୁ ଫେରୁଛନ୍ତି। ବାହାର ରାଜ୍ୟରେ ଫସିରହି ଖାଇବାକୁ ନ ପାଇ କେତେକ ଶ୍ରମଜୀବୀ ବିପଦଜନକ ଭାବେ ଟ୍ରକ ଉପରେ ମାଲ ବସ୍ତା ଭାବେ ଲଦିହୋଇ ଫେରୁ ଥିବା ବେଳେ କେତେକ ଶ୍ରମଜୀବୀ ପିଲା ପରିବାର ଙ୍କୁ ନେଇ ପାଦରେ ଚାଲି ଚାଲି ଜାତୀୟ ରାଜପଥ ଦେଇ ବଡ଼ କଷ୍ଟ ସ୍ୱୀକାର କରି ନିଜ ଭିଟାମାଟିକୁ ଫେରିବାକୁ ବାହାରି ପଡିଛନ୍ତି। ହେଲେ ଅର୍ଥାଭାବ,ଖାଦ୍ୟାଭାବ,ପାନୀୟଜଳ ର ଅଭାବ ସାଙ୍ଗକୁ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଡହଡ଼ହ ଖରାରେ ଦୀର୍ଘପଥ ଅତିକ୍ରାନ୍ତ କରିବା ସେମାନଙ୍କ ପକ୍ଷେ ଅତି କଷ୍ଟକର ହୋଇପଡୁଛି। ଗଞ୍ଜାମ ସହର ଦେଇ ବିଜୱାଡ଼ାରୁ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିବା ଏକ ଶ୍ରମଜୀବୀ ଦଳ ବିଭିନ୍ନ ସ୍ଥାନରେ  ପ୍ରଶାସନ ଅଧିକାରୀ ଙ୍କ ସହଯୋଗ କାମନା କରିଥିଲେ ସୁଧା କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।
ଯାହାକୁ ନେଇ ବଧାହୋଇ ନିଜ ପିଲା ପରିବାର କୁ ନେଇ କଷ୍ଟେ ମଷ୍ଟେ ଭାଗ୍ୟକୁ ଆଦରି ଅଜଣା ରାସ୍ତା ଦେଇ ଚାଲୁଥିବା ଦେଖିବାକୁ ମିଳିଛି।ଏପରି ଦୁର୍ଦ୍ଦିନରେ ସରକାରୀ ସହାୟତା ମିଳିଳେ ନିଜ ଭିଟାମାଟି କୁ ଭଲରେ ଭଲରେ ଯାଇପାରିଥାନ୍ତେ ବୋଲି କହିଛନ୍ତି ପ୍ରବାସୀ ଶ୍ରମିକ।କୌଣସି କୌଣସି ସ୍ଥାନରେ କିଛି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା କରୁଥିବା ବେଳେ କିଛି ଅଞ୍ଚଳରେ ଭୋକ ଉପାସରେ ଯିବା ବେଳେ ପିଲାଙ୍କ କ୍ରନ୍ଦନ ମନରେ ଦୁଃଖ ଦେଉଥିବା କହିଛନ୍ତି ସେମାନେ।
ଏପରି ପରିସ୍ଥିତିରେ ବିପଦପୁର୍ଣ ଯାତ୍ରାକରୁଥିବା ପଥିକ ଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବିଭିନ୍ନ ରାଜ୍ୟ ସରକର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ୍ତପ୍ରକାଶ ପାଇଛି।

Leave A Reply