ଫୁଲନଖରା :-କଟକ ସଦର ଥାନା ଅନ୍ତର୍ଗତ ଡ଼ାହାଳିଆବାଗ ହରପାର୍ବତୀ ପୂଜା କମିଟି ଓ ଗ୍ରାମବାସୀମାନଙ୍କ ମିଳିତ ଆନୁକୂଲ୍ୟରେ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କରୋନା ଯୋଦ୍ଧା ଭାବରେ କଟକ ଜୋନ ୪ ନମ୍ବର ଏ .ସି .ପି ସତ୍ୟରଂଜନ ମଲ୍ଲିକ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସୁଧାଂଶୁଭୂଷଣ ଜେନା ,ଗଣମାଧ୍ୟମ ପ୍ରତିନିଧି କଟକ ସଦର ପ୍ରେସ କ୍ଲବର ସଭାପତି ସୁରେନ୍ଦ୍ର ମହାପାତ୍ର ସମେତ ସାମ୍ବାଦିକ ଲଳିତ କୁମାର ଦାଶ,ପ୍ରତାପ କେଶରୀ ପାତ୍ର,ଗଜେନ୍ଦ୍ର ଦାସ,ଅମୂଲ୍ୟ କୁମାର ବାରିକ,ଅଜୟ କୁମାର ଦାଶ,ଅଜୟ କୁମାର ପାତ୍ର ଓ ସୁରେଶ ଦାସ ଙ୍କୁ ମାନପତ୍ର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ÿର୍ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ,ଚଳଚ୍ଚିତ୍ର ତାରକା ସାତ୍ୱକୀ ମିଶ୍ର,କେଦାର ପୃଷ୍ଟି,ଚନ୍ଦନ ଜେନା ,ପ୍ରଦୀପ ଖୁଣ୍ଟିଆ,ସୁକାନ୍ତ ଭୋଇ,ଜିଲ୍ଲାପରିଷଦ ସଭ୍ୟ ଜୀବନ ସାମନ୍ତରାୟ ଯୋଗ ଦେଇ ଏହି ମହାବିପତ୍ତି ସମୟରେ ଉପସ୍ଥିତ କରୋନା ଯୋଦ୍ଧାମାନଙ୍କର କାର୍ଯ୍ୟ କରିବାର ଦକ୍ଷତାକୁ ଭୂୟଂସୀ ପ୍ରଶଂସା କରିଥିଲେ । ପୂଜା କମିଟିର ସଭାପତି ବଦ୍ରିନାରାୟଣ ମହାପାତ୍ର ,ସମ୍ପାଦକ ପୂର୍ବତନ କର୍ପୋରେଟର କୌଶିକ ଜେନା ଙ୍କ ନେତୃତରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡ଼ି ସଭାପତି ସୁଶାନ୍ତ ମହାନ୍ତି ,ଗ୍ରାମ୍ୟ କମିଟି ସଭାପତି ରବିନ୍ଦ୍ର ନାଥ ସ୍ୱାଇଁ,କାର୍ଯ୍ୟକାରୀ ସଭାପତି ପୁଲିନ୍ ମହାନ୍ତି ,ରବିନ୍ଦ୍ର ଖିଲାଫ,ପ୍ରଦୁ୍ୟମ୍ନ ମିଶ୍ର,ତୋଫାନି ସ୍ୱାଇଁ,ପ୍ରହ୍ଲାଦ କର,ପ୍ରଭାତ ରାଉତ,ଗଣନାଥ ଦାସ,ମହେନ୍ଦ୍ର କୁଅଁର,ଛବିନ୍ଦ୍ର ମୁଖି,ସଚ୍ଚିକାନ୍ତ ମହାନ୍ତି , ସୁମନ୍ତ ରାଉତ,ତପନ ଦାସ,ସନ୍ତୋଷ ପ୍ରଧାନ,ପ୍ରଦୀପ ଜେନା ,ଦିନକୃଷ୍ଣ ମହାନ୍ତି, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ,ନିରଂଜନ ପ୍ରଧାନ,ଲକ୍ଷ୍ମୀଧର ମହାନ୍ତି,ନିରଂଜନ ନାୟକ,ଅଜୟ ନାୟକ,ରଜନୀକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସି ଏମ ସି ୱାର୍ଡ଼ ନମ୍ବର ୫୮ ର ସମସ୍ତ ସଫେଇ କର୍ମଚାରୀ ,ସ୍ୱଚ୍ଛ ସାଥି ଓ ସୁପରଭାଇଜର ମାନଙ୍କୁ କରୋନା ଯୋଦ୍ଧା ରୂପେ ସମ୍ମାନିତ କରାଯାଇ