ଚଣ୍ଡିଖୋଲ,୧୮/୯ : ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ବଡଚଣା ଯୁବ ଓ ଛାତ୍ର ସଙ୍ଗଠନ ଆନୁକୂଲ୍ୟରେ ବ୍ଳକର ୫ଟି ସ୍ଥାନରେ ରବିବାର ଦିନ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା! ଏହି ଶିବିର ଗୁଡିକରେ ରେକର୍ଡ ସଖ୍ୟକ ୨୮୨୬ ୟୁନିଟ ରକ୍ତ ହୋଇଛି!ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀଙ୍କ ଆହ୍ୱନ କ୍ରମେ ଏହି ଶିବିର ଗୁଡିକ ବଡଚଣା ବ୍ଳକର ଚଣ୍ଡିଖୋଲ, ବଡଚଣା, ଉଦୟଗିରି, ବାଲିଚନ୍ଦ୍ରପୁର,ଓ ଛତିଆ ଠାରେ ଆୟୋଜିତ ହୋଇଥିଲା!ଚଣ୍ଡିଖୋଲ ଠାରେ ଆୟୋଜିତ ଶିବିରରେ ସର୍ବାଧିକ ୮୦୨ୟୁନିଟ ସଗ୍ରହ ହୋଇଥିଲା ବେଳେ ବଡଚଣାରେ ୫୦୨ ୟୁନିଟ, ଛତିଆରେ ୩୩୮ୟୁନିଟ,ଉଦୟଗିରିରେ ୫୭୨ ୟୁନିଟ ଓ ବାଲିଚନ୍ଦ୍ରପୁର ଠାରେ ୬୧୨ ୟୁନିଟ ରକ୍ତ ସଗ୍ରୃହିତ ହୋଇଥିଲା! ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୂଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ!ଏହି କାର୍ଯ୍ୟକ୍ରମର ସଞ୍ଜୋଜକ ତଥା ବଡଚଣା ଛାତ୍ର ବିଜେଡି ସଭାପତି ଯତିନ୍ଦ୍ର କୁମାର ନାୟକ,ବଡଚଣା ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଅରବିନ୍ଦ ସାମଲ, ବଡଚଣା ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ,ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି,ଅମର ମହାନ୍ତିଙ୍କ ସହ ବହୁ ଦଳୀୟ ନେତୃବୃନ୍ଦ ଏହିସବୁ ଶିବିର ପରିଚାଳନା କରିଥିଲା ବେଳେ ରାଜ୍ୟ ରେଡକ୍ରସ ଓ ଜିଲ୍ଲା ରକ୍ତ ଭଣ୍ଡାର ଡାକ୍ତର ଓ ତାଙ୍କ ସହଯୋଗୀ ମାନେ ଉପସ୍ଥିତ ରହି ରକ୍ତ ସଗ୍ରହ କରିଥିଲେ