Odisha news

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା : ଜିଲ୍ଲାପାଳ, ଏସପି ଓ କୁଳପତିଙ୍କ ବହିଷ୍କାର ଦାବି କଲା ବିଜେପି

0

ବାରିପଦା  : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତ ବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉସôବରେ ବିଦୁ୍ୟତ୍ ବିଭ୍ରାଟ ଯୋଗୁ ଅନ୍ଧାରରେ ଭାଷଣ ଦେବା ଘଟଣାକୁ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ମୟୂରଭଞ୍ଜ ଜିଲ୍ଲାର ତିନିଜଣ ସର୍ବୋଚ୍ଚ ଅଧିକାରୀଙ୍କ ଦାୟିତ୍ୱହିନତାର ସୀମା ଟପିଯାଇଛି ବୋଲି ପ୍ରତିକ୍ରିୟା ରଖିଛି ବିଜେପି । ଏହି ପରିପ୍ରେକ୍ଷୀରେ ସ୍ୱସ୍ତିକ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ପାଇଁ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ମୟୂରଭଞ୍ଜ ଏସପି ଓ ଏମ୍ଏସସିବି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବହିଷ୍କାର ଦାବି କରାଯାଇଛି । ଏହି ଦାବି ପୂରଣ କରାନଗଲେ ବିଜେପି ପକ୍ଷରୁ କଳାଦିବସ ପାଳନ କରାଯିବା ସହିତ ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି ବିଜେପି ପକ୍ଷରୁ ଜିଲ୍ଲାସଭାପତି କାନ୍ଦ୍ରା ସୋରେନ୍ ଚେତାବନୀ ଦେଇଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ପ୍ରତି ଘଟିଥିବା ଏଭଳି ଅଭାବନୀୟ ଘଟଣା ସାରା ଓଡିଶାକୁ ନିନ୍ଦିତ କରିଛି । ଏପରିକି ସମାବର୍ତ୍ତନ ଉସôବକୁ ଜିଲ୍ଲାର ଜନପ୍ରତିନିଧି, ସାଂସଦ କିମ୍ବା ବିଧାୟକ ମାନଙ୍କୁ ଏହି ସମାବର୍ତ୍ତନ ଉସôବକୁ ନିମନ୍ତ୍ରଣ କରାନଯିବା ମଧ୍ୟ ଅତ୍ୟନ୍ତ ବେଖାତିର ଓ ଦୁଭାର୍ଗ୍ୟଜନିତ ଘଟଣା ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟପଟେ ମହାମହିମଙ୍କ ଗସ୍ତ ବେଳେ ବିଭିନ୍ନ ପ୍ରକାର ଅଘଟଣ ଦେଖିବାକୁ ମିଳିଥିବା ବିଜେପି ପ୍ରତିକ୍ରିୟା ରଖିଛି । ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଉସôବରେ ରାଷ୍ଟ୍ରପତି ମଞ୍ଚାସିନ ଥିବାବେଳେ ଉକ୍ତ ମଞ୍ଚରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଞ୍ଚାସିନ ହୋଇଥିଲେ । ମାତ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଦେଖିବାକୁ ମିଳିଥିଲା ଯେ, ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ଆସନରେ ବସି ଡାହାଣ ଗୋଡଟିକୁ ଟେକି ବାମ ଗୋଡ ଆଣ୍ଠୁ ଉପରେ ରଖି ବସିଥିଲେ । ଭାରତ ରାଷ୍ଟ୍ରପତି ବସିଥିବା ମଞ୍ଚରେ ମଞ୍ଚାସୀନ ହୋଇ ରାଜ୍ୟସରକାରଙ୍କର ଜଣେ ମନ୍ତ୍ରୀ ଏଭଳି ବସିବା କେତେଦୂର ସମୀଚିନ ବୋଲି ବିଜେପି ପ୍ରଶ୍ନ କରିଛି । ତେଣୁ ଉକ୍ତ ଘଟଣା ତଦନ୍ତ କରି ସମ୍ପୃକ୍ତ ମନ୍ତ୍ରୀଙ୍କୁ ମଧ୍ୟ ନିଲମ୍ବନ କରାଯାଉ ବୋଲି ବିଜେପି ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡାଃ ବୁଢାନ୍ ମୁର୍ମୁ, କୃଷ୍ଣଚନ୍ଦ୍ର ମହାପାତ୍ର, ସୁଗୁଦା ମୁର୍ମୁ, ନିହାର ରଞ୍ଜନ ମୋଦି, କବିବିଷ୍ଣୁ ଶତପଥୀ, ପରେଶ ମହାନ୍ତ, ଦଳଗୋବିନ୍ଦ ବେହେରା, ପ୍ରଦୀପ ମହାନ୍ତି, ବିଜୟ ଦାସ, ପ୍ରାଣକୃଷ୍ଣ ବେରା, ପ୍ରବୀଣ ପାତ୍ର, କାଉନ୍ସିଲର ଲକ୍ଷ୍ମୀଧର ହାବୋଡା ଓ ରାଜ୍ ଗୁପ୍ତା, ସରୋଜିନୀ କିସ୍କୁ, ମମତା ସାହୁ, ଦେବାନନ୍ଦ ମୁର୍ମୁ, ବଳରାମ ସାହୁ ଓ ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply