ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି, ବିଜେପି ଆଗାମୀ ନିର୍ବାଚନରେ ଏହାକୁ ଧ୍ୱଂସ କରିବ
କଟକ ଲୋକସଭା ଆସନ ଓ ସମସ୍ତ ବିଧାନସଭା ଆସନରେ ବିଜେପି ନିଶ୍ଚୟ ଜିତିବ
କଟକ ଜିଲ୍ଲା ସବୁବେଳେ ଶକ୍ତିଶାଳୀ ଥିଲା ବର୍ତମାନ ଆହୁରି ଶକ୍ତିଶାଳୀ ହେବ
ମା’ କଟକ ଚଣ୍ଡିଙ୍କ ଦର୍ଶନ, ଶେଖ୍ ବଜାରରେ ଥିବା ଆର୍ଏସ୍ଏସ୍ କାର୍ଯ୍ୟାଳୟ ପରିଦର୍ଶନ, ପ୍ରଜାତନ୍ତ୍ର ଭବନ, କଟକ ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା, ଉକôଳମଣୀ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ରାଷ୍ଟ୍ରଦୀପ କାର୍ଯ୍ୟାଳୟ ସହ ଯଶୋଦା ସଦନ ପରିଦର୍ଶନ କଲେ ରାଜ୍ୟ ସଭାପତି
କଟକ/ଭୁବନେଶ୍ୱର, ତା.୦୫/୦୪ : ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ଐତିହାସିକ ସହର କଟକ । ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ । ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିବ ବିଜେପି । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମା’ କଟକଚଣ୍ଡୀ ମନ୍ଦିରକୁ ଯାଇ ଆର୍ଶୀବାଦ ଭିକ୍ଷା କରିଛନ୍ତି । କଟକ ଜିଲ୍ଲା ସବୁବେଳେ ଶକ୍ତିଶାଳୀ ଥିଲା ବର୍ତମାନ ଆହୁରି ଶକ୍ତିଶାଳୀ ହେବ । କଟକ ଜିଲ୍ଲାରେ ଭଲ ନେତା ଓ କର୍ମୀ ଅଛନ୍ତି । ସାଧାରଣ ଲୋକ ଯାହାକୁ ଚାହିଁବେ ଆମେ ତାହାଙ୍କୁ ପ୍ରାର୍ଥୀ କରିବୁ । ବିଜେପି ଶିବିର ସବୁବେଳେ ଉସôାହିତ ଅଛି ଓ ଆଗାମୀ ଦିନରେ ଆହୁରି ଅଧିକ ଉସôାହିତ ହେବ । ଧାମନଗରରେ ସାଧାରଣ ଲୋକେ ନେତୃତ୍ୱ ନେଇଥିଲେ ଏଠାରେ ମଧ୍ୟ ଓଡିଶା ପାଇଁ ସାଧାରଣ ଲୋକେ ନେତୃତ୍ୱ ନେଇ ବିଜେପିକୁ ଦାୟିତ୍ୱ ଦେବେ । ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଲଢ଼ିବେ, ମୁଁ ତାଙ୍କର ସହଯୋଗୀ ହେବି ଏବଂ କଟକ ଲୋକସଭା ଆସନ ଓ ସମସ୍ତ ବିଧାନସଭା ଆସନରେ ବିଜେପି ନିଶ୍ଚୟ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ସାମଲ ।
କଟକ ବିଜେପିକୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ସଭାପତି । ସଶକ୍ତ-ମଜଭୁତ ହୋଇ ଲୋକଙ୍କ ପାଇଁ କାମ କରିବାକୁ ଦେଲେ ପରାମର୍ଶ । ଏକଜୁଟ ହୋଇ ଦୁର୍ନୀତି ବିରୋଧରେ ସ୍ୱର ଉଠେଇବା ପାଇଁ ଦେଲେ ନିଦେ୍ର୍ଦଶ । କଟକ ଗସ୍ତରେ ଆସି ବିଜେପି ନେତା ଓ କର୍ମୀଙ୍କୁ ଏପରି ନିଦେ୍ର୍ଦଶ ଦେଇଛନ୍ତି ରାଜ୍ୟ ବିଜେପିର ନବ ନିଯୁକ୍ତ ସଭାପତି ମନମୋହନ ସାମଲ । ପ୍ରଥମେ ମଧୁପାଟଣା ଛକରେ ଏକ ବିଶାଳ ବାଇକରାଲି ଜରିଆରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ପଂହଚିଲେ ରାଜ୍ୟ ସଭାପତି ଶ୍ରୀ ସାମଲ । ସେଠି ମା’ କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ଶେଖ୍ ବଜାରରେ ଥିବା ଆର୍ଏସ୍ଏସ୍ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ୱୟଂ ସେବକଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ପ୍ରଜାତନ୍ତ୍ର ଭବନ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ କଟକ ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରି ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇ ଲୋକସେବକ ମଣ୍ଡଳ ଗସ୍ତ କରି ସମାଜ ପରିସରରେ ଉକôଳମଣୀ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ରାଷ୍ଟ୍ରଦୀପ କାର୍ଯ୍ୟାଳୟ ସହ ଯଶୋଦା ସଦନ ପରିଦର୍ଶନ କରିଛନ୍ତି ଶ୍ରୀ ସାମଲ ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ କେଭି ସିଂ ଦେଓ, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ତଥା କଟକ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ସୂରଜ ସୂର୍ଯ୍ୟବଂଶୀ, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ସଜ୍ଜନ ଶର୍ମା, ବିନୋଦ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଶୁଭ୍ରାଂଶୁ ମୋହନ ପାଢ଼ୀ ଓ ବିଜୟ ଦଳବେହେରା, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀ ସ୍ମୁତି ପଟ୍ଟନାୟକ, ରାଜ୍ୟ ସଂପାଦିକା ରଶ୍ମିରେଖା ଦାଶଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, ନିର୍ବାଚିତ କର୍ପୋରେଟର ଏବଂ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।