Odisha news

ବି.ଯେ.ପିର ଅସ୍ତରଙ୍ଗ ମଣ୍ଡଳ ବୈଠକ

0

ଅସ୍ତରଂଗ : କାକଟପୁର ନିର୍ବାଚନ ମଣ୍ଡଳୀ ର ବି, ଜେ, ପି,ଦଳ ତରଫରୁ ବ୍ଲକ ବା ମଣ୍ଡଳ ସ୍ତରୀୟ ଏକ କର୍ମୀ ସମ୍ମିଳନୀ ଏହି ବ୍ଲକ ଅଧିନ ପିରଜାହାନିଆଁ ପୀଠ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି ହିଁ । ଅସ୍ତରଂଗ ମଣ୍ଡଳ ସଭାପତି ଗୋଲେଖ ବିହାରୀ ପ୍ରଧାନ ଙ୍କ ସଭାପତି ତୋର ଆୟୋଜିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ଯୋଗ ଦେଇଥିଲେ ନିମାପଡ଼ା ର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ।  ବ୍ଲକ  ର ବିଭିନ୍ନ ଗ୍ରାମ ପଞ୍ଚାୟୟତ ରୁ ଆସିଥିବା ଦଳୀୟ କର୍ମୀ ମାନେ ଦଳୀୟ ସଂଗଠନ କିପରି ମଜଭୁତ ହେବ, ସେ ବିଷୟରେ ଆଲୋଚନା କରିଥିଲା ବେଳେ,ଆଉ କେତେକ କର୍ମୀ ତଳ ସ୍ତରରୁ ସଂଗଠନ ମଜବୁତ,ବୁଥ କମିଟି ଗଠନ , ସରକାର ବିରୋଧରେ ଜନମତ ସୃଷ୍ଟି  ଆଦି ଉପରେ ଆଲୋଚନା କରି ଥିଲେ । ଶେଷରେ ଶ୍ରୀ ମଲିକ କହିଥିଲେ ଜେ, କାକଟପୁର ନିର୍ବାଚନ ମଣ୍ଡଳୀ ରେ ଦଳୀୟ ସଙ୍ଗଠନ ଦୁର୍ବଳ ହୋଇ ପଡ଼ିଛି , ।

ବୁଝିବାକୁ କୌଣସି ନେତା ନାହାନ୍ତି । ତେଣୁକରି ଦଳୀୟ ସଂଗଠନ କୁ ମଜବୁତ କରିବା ସହ ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ଜନମତ ସୃଷ୍ଟି କରିବା ଆଦି ନେଇ,ମନ୍ତ୍ରୀ ଡଃ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତି ମୋତେ ଦାୟୀତୋ ଦେଇ ଛନ୍ତି  । ସେହି ଅନୁଯାୟୀ  ବୁଥ ସ୍ତରୀୟ କମିଟି ଗଠନ ପାଇଁ ଦଳୀୟ ଫର୍ମ ସହ ଭୋଟର ଲିଷ୍ଟ୍ କର୍ମୀମାନଙ୍କୁ ପଞ୍ଚାୟତ ଅନୁଯାୟୀ ଦେଇଥିଲେ ଓ ପ୍ରତି ବୁଥ ରେ ଚାଳିଶ ଜନ ସକ୍ରିୟ କର୍ମୀ ରହିବେ ବୋଲି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।   ପ୍ରତି ମାସରେ ବୈଠକ ବସି  ଦଳୀୟ ସଂଗଠନ ବିଷୟରେ ଆଲୋଚନା କରାଯିବା ନେଇ , ଅସ୍ତରଙ୍ଗ ବଜାରରେ ଏକ ଦଳୀୟ କାର୍ଯ୍ୟାଳୟ ଖୋଲିବା ପାଇଁ  ନିଷ୍ପତି ନିଆ ଯାଇଥିଲା । ଏଥିରେ,ଅନ୍ୟମାନଙ୍କ ମଧ୍ୟରେ,ସରପଞ୍ଚ ଜିତେନ୍ଦ୍ର ସ୍ବାଇଁ,ସମିତି ସଭ୍ୟ ସିବ ପରିଡ଼ା,ପବିତ୍ର ଲେଙ୍କା,ରମାରଞ୍ଜନ ସେନାପତି,ଅଭୟ ମଲିକ,ତୁଷାର ବେହେରା,ଶରତ ବିଶ୍ବାଳ,ପ୍ରଭାତ କୁମାର ବାରିକ ଆଦି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିବା ବେଳେ,ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply