କନ୍ଧମାଳ ଏବଂ ପୁରୀ ଲୋକସଭାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପାର୍ଟୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନଡ୍ଡା : ଡ.ଲେଖାଶ୍ରୀ
ଆସନ୍ତା ୨୮ରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଜୀ
ତୁମୁଡିବନ୍ଧ ମିନି ଷ୍ଟାଡିୟମ ଏବଂ ବାଣପୁର ପଲଟନ୍ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା
ଜଳେଶପଟା ଆଶ୍ରମÿସ୍ଥିତ ନୂତନ କନ୍ୟାଶ୍ରମକୁ ଉଦ୍ଘାଟନ କରିବେ ଶ୍ରୀ ନଡ୍ଡା
ବାଣପୁରସ୍ଥିତ ମାଁ ଭଗବତୀ ମନ୍ଦିରକୁ ଯାଇ ଦର୍ଶନ କରିବେ ଶ୍ରୀ ନଡ୍ଡା
ଭୁବନେଶ୍ୱର, ତା.୨୬/୧୨: ଆସନ୍ତା ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା । ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଷ୍ଠ୍ରୀୟ ସଭାପତି ଶ୍ରୀ ନଡ୍ଡା ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ । ସେଠାରେ ପୂର୍ବାହ୍ନ ୧୧.୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବା ପରେ ଜଳେଶପଟା ଆଶ୍ରମÿସ୍ଥିତ ନୂତନ କନ୍ୟାଶ୍ରମକୁ ଉଦ୍ଘାଟନ କରିବେ । ଏହା ପରେ ଶ୍ରୀ ନଡ୍ଡା ପୁରୀ ଲୋକସଭା ଓ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡିଆରେ ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବେ । ଏହା ପରେ ଶ୍ରୀ ନଡ୍ଡା ବାଣପୁରସ୍ଥିତ ମାଁ ଭଗବତୀ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାଚୁଣୀସ୍ଥିତ କଲେଜ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି ।
ଏହା ପରେ ଶ୍ରୀ ନଡ୍ଡା ସଡକ ପଥରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ ବୋଲି ଡ.ଲେଖାଶ୍ରୀ ସୁଚନା କହିଛନ୍ତି ।
