Odisha news

ନୂଆ କାହାଣୀ ରଚି ସମବେଦନା ଗୋଟାଇବା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ : ଜୟ ନାରାୟଣ ମିଶ୍ର

0

 ବିରୋଧୀ ଦଳର ଆହ୍ୱାନରେ ନୁହେଁ ବରଂ ଦଳର ସଭାପତି ହିସାବରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ
 ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ଝିଅ ବୋଲି ସମ୍ବୋଧନ ନକରି ଏବେ ଜିତିବା ପରେ ନୂଆ କାହାଣୀ ରଚି ସମବେଦନା ଗୋଟାଇବା ପାଇଁ ଆପଣ ଚେଷ୍ଟା କରୁଛନ୍ତି
 ବିଜେପି, ମହିଳା ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଆଖ୍ୟା ଦେଇଛନ୍ତି ତାହା ଯଦି ସତ ହୋଇଥାନ୍ତା ତେବେ ଆଜି ନରେନ୍ଦ୍ର ମୋଦି ନିଜକୁ ଦେଶର ପ୍ରଧାନ ସେବକ ଭାବେ ପ୍ରତିଷ୍ଠିତ କରିପାରିନଥାନ୍ତେ, ଧାମନଗରରେ ବିଜେପିର ବିଜୟ ହୋଇନଥାନ୍ତା, ପଦ୍ମପୁରରେ ୭୮,୦୦୦ରୁ ଉର୍ଦ୍ଧ୍ୱ ଭୋଟର ଭାଇ ଭଉଣୀ ମାନେ ଦଳକୁ ସମର୍ଥନ କରିନଥାନ୍ତେ
 ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ମହିଳାଙ୍କୁ କେତେ ସମ୍ମାନ ଦିଅନ୍ତି, ତାହା ପରୀ, ମମିତା, ବେବିନା, ଇତିଶ୍ରୀ, କୁନ୍ଦୁଲି ଭଳି ଘଟଣାରୁ ସ୍ପଷ୍ଟ ଅନୁମେୟ
 ରାଜରାସ୍ତାରେ ଅଙ୍ଗନବାଡି ଓ ଆଶା ଭଉଣୀମାନେ ପିଲା ଛୁଆ ଓ ପରିବାରକୁ ଛାଡି ଦିନ ଦିନ ଧରି ଧାରଣାରେ ବସୁଛନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ କେବେ କଷ୍ଟ ଦିଏନି କିନ୍ତୁ ସେଥିରୁ ରାଜନୈତିକ ଫାଇଦା ନେବା ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି
 ରାଜ୍ୟ ଗୃହ ବିଭାଗ ଦେଇଥିବା ସେପ୍ଟେମ୍ବର ୨୦୨୨ର ତଥ୍ୟ ଅନୁସାରେ ଓଡ଼ିଶାରେ ୨୧୬୯ଟି ଧର୍ଷଣରେ ମାମଲା ରୁଜୁ ହୋଇଛି, ୧୧୩୮ ହତ୍ୟା, ୩୯୨୬ ଯୌତୁକ ନିର୍ୟ୍ୟାତନା, ୪୦୭୨ ଘରୋଇ ହିଂସା ମାମଲା ରୁଜୁ ହୋଇଛି
 ରାଜ୍ୟ ସରକାରଙ୍କ ନେତା ଓ ମନ୍ତ୍ରୀମାନେ ଯେଉଁ ଯେଉଁ ଘଟଣାରେ ସମ୍ପୃକ୍ତ ଅଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବରେ ଜଣା, ଏହି ସବୁ ଘଟଣା ରାଜ୍ୟକୁ ରାଜ୍ୟକୁ ଲଜ୍ଜିତ କରିଛି
 ୪ ଜଣ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇ ଏକ ପ୍ରହେଳିକା ତିଆରି କରନ୍ତି, ଯାହା ତାଙ୍କ ପୁରୁଣା ଅଭ୍ୟାସ
 ରେଳ ଲାଇନ ପାଇଁ ଜମି ଦେଇଛନ୍ତି କି ? କେନ୍ଦ୍ରପତ୍ରର ଜିଏସଟିର ଅଧା ୯ % ଆପଣ ନେଉଛନ୍ତି କି ନାହିଁ ? ଫସଲ ବୀମାରେ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ଆପଣ ସାମିଲ କରିଥିଲେ କି ନାହିଁ ? ମୁଖ୍ୟମନ୍ତ୍ରୀ ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ଦେଇଛନ୍ତି କି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତି ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ?
 ୨୨ ବର୍ଷ ଲମ୍ବା ସମୟ ଶାସନରେ ରହିବା ପରେ ମଧ୍ୟ ସେ ଲୋକଙ୍କ ଆସ୍ଥାଭାଜନ ହେବାରେ ସକ୍ଷମ ହୋଇ ପାରିନାହାନ୍ତି
 ନିର୍ବାଚନରେ ଜିତିବା ହାରିବା ଏକ ନିରନ୍ତର ପ୍ରକ୍ରିୟା, କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ବିଷୟରେ ରାଜନୈତିକ ଫାଇଦା ଦେଖି ଯୋଜନା ପ୍ରଣୟନ କରନ୍ତି
 ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ବିଚାରକୁ ପାଳନ କଲେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ

ଭୁବନେଶ୍ୱର, ଡିସେମ୍ବର ୦୮ – ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ଆହ୍ୱାନରେ ନୁହେଁ ବରଂ ଦଳର ସଭାପତି ହିସାବରେ ନିଜ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ । ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ଝିଅ ବୋଲି ସମ୍ବୋଧନ ନକରି ଏବେ ଜିତିବା ପରେ ନୂଆ କାହାଣୀ ରଚି ସମବେଦନା ଗୋଟାଇବା ପାଇଁ ଆପଣ ଚେଷ୍ଟା କରୁଛନ୍ତି । ଏହା ମୁଖ୍ୟମନ୍ତ୍ରୀର ପୁରୁଣା ଅଭ୍ୟାସ ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଶ୍ରୀ ମିଶ୍ର ଟ୍ୱିଟ୍ କରିଛନ୍ତି ଯେ ଆଜି ପଦ୍ମପୁର ନିର୍ବାଚନର ଫଳାଫଳକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ । ଗଣତନ୍ତ୍ରରେ ଜନତାଙ୍କ ମତ ସର୍ବାଗ୍ରେ । କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଆଜି ଚତୁରତାର ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକ ରାଜନୈତିକ ବୟାନ ଦେଇଛନ୍ତି, ଏହାକୁ ମୁଁ ନିନ୍ଦା କରୁଛି । ୨୨ ବର୍ଷ ଲମ୍ବା ସମୟ ଶାସନରେ ରହିବା ପରେ ମଧ୍ୟ ସେ ଲୋକଙ୍କ ଆସ୍ଥାଭାଜନ ହେବାରେ ସକ୍ଷମ ହୋଇ ପାରିନାହାନ୍ତି । ଆପଣ ଦାୟିତ୍ୱକୁ ସଠିକ୍ ରୂପେ ନିର୍ବାହ ନକରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ।

ବିଜେପି, ମହିଳା ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଆଖ୍ୟା ଦେଇଛନ୍ତି ତାହା ଯଦି ସତ ହୋଇଥାନ୍ତା ତେବେ ଆଜି ନରେନ୍ଦ୍ର ମୋଦି ନିଜକୁ ଦେଶର ପ୍ରଧାନ ସେବକ ଭାବେ ପ୍ରତିଷ୍ଠିତ କରିପାରିନଥାନ୍ତେ । ଧାମନଗର ଉପନିର୍ବାଚନରେ ବିଜେପିକୁ ଧାମନଗରବାସୀ ଜିତାଇ ନଥାନ୍ତେ । ଯଦି ମାଆ ଭଉଣୀଙ୍କ ପାଇଁ ବିଜେପି ପ୍ରତି ସମ୍ମାନ ନଥାନ୍ତା ତେବେ ପଦ୍ମପୁରରେ ୭୮,୦୦୦ରୁ ଉର୍ଦ୍ଧ୍ୱ ଭୋଟର ଭାଇ ଭଉଣୀ ମାନେ ଦଳକୁ ସମର୍ଥନ କରିନଥାନ୍ତେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ମହିଳାଙ୍କୁ କେତେ ସମ୍ମାନ ଦିଅନ୍ତି, ତାହା ପରୀ, ମମିତା, ବେବିନା, ଇତିଶ୍ରୀ, କୁନ୍ଦୁଲି ଭଳି ଘଟଣାରୁ ସ୍ପଷ୍ଟ ଅନୁମେୟ । ରାଜରାସ୍ତାରେ ଅଙ୍ଗନବାଡି ଓ ଆଶା ଭଉଣୀମାନେ ପିଲା ଛୁଆ ଓ ପରିବାରକୁ ଛାଡି ଦିନ ଦିନ ଧରି ଧାରଣାରେ ବସୁଛନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ କେବେ କଷ୍ଟ ଦିଏନି କିନ୍ତୁ ସେଥିରୁ ରାଜନୈତିକ ଫାଇଦା ନେବା ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି ।

୪ ଜଣ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇ ଏକ ପ୍ରହେଳିକା ତିଆରି କରନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ । ଆପଣ ଉତ୍ତର ରଖିବେ କି ? ରେଳ ଲାଇନ ପାଇଁ ଜମି ଦେଇଛନ୍ତି କି ? କେନ୍ଦ୍ରପତ୍ରର ଜିଏସଟିର ଅଧା ୯ % ଆପଣ ନେଉଛନ୍ତି କି ନାହିଁ ? ଫସଲ ବୀମାରେ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ଆପଣ ସାମିଲ କରିଥିଲେ କି ନାହିଁ ? ମୁଖ୍ୟମନ୍ତ୍ରୀ ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ଦେଇଛନ୍ତି କି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତି ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି କି ନାହିଁ ? ରାଜ୍ୟ ଗୃହ ବିଭାଗ ଦେଇଥିବା ସେପ୍ଟେମ୍ବର ୨୦୨୨ର ତଥ୍ୟ ଅନୁସାରେ ଓଡ଼ିଶାରେ ୨୧୬୯ଟି ଧର୍ଷଣରେ ମାମଲା ରୁଜୁ ହୋଇଛି, ୧୧୩୮ ହତ୍ୟା, ୩୯୨୬ ଯୌତୁକ ନିର୍ୟ୍ୟାତନା, ୪୦୭୨ ଘରୋଇ ହିଂସା ମାମଲା ରୁଜୁ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଶାସକ ଦଳର ଦଳର ନେତା ଓ ମନ୍ତ୍ରୀମାନେ ଯେଉଁ ଯେଉଁ ଘଟଣାରେ ସମ୍ପୃକ୍ତ ଅଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବରେ ଜଣା । ଏହି ସବୁ ଘଟଣା ରାଜ୍ୟକୁ ରାଜ୍ୟକୁ ଲଜ୍ଜିତ କରିଛି । ମୁଁ ବି ନମ୍ରତାର ସହ କହୁଛି, ମୋଦି ସରକାରଙ୍କ ମାଆ ଭଉଣୀ ମାନଙ୍କ ପ୍ରତି ଯେଉଁ ସମ୍ମାନ ଅଛି, ତାହା ଦେଶବାସୀ ଅନୁଭବ କରୁଛନ୍ତି ।

ନିର୍ବାଚନରେ ଜିତିବା ହାରିବା ଏକ ନିରନ୍ତର ପ୍ରକ୍ରିୟା । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ବିଷୟରେ ରାଜନୈତିକ ଫାଇଦା ଦେଖି ଯୋଜନା ପ୍ରଣୟନ କରନ୍ତି । ବିଜେପି ବିକାଶରେ ବିଶ୍ୱାସ କରେ, ଯାହା ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବରେ ଜଣା । ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ବିଚାର ଅଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ । ଏହି ବିଚାରକୁ ଆପଣ ପାଳନ କଲେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ବିରୋଧୀ ଦଳ ନେତା ମତପ୍ରକାଶ କରିଛନ୍ତି ।

Leave A Reply