ଫସଲ ବୀମା, ଇନପୁଟ ସବସିଡ୍, ପଦ୍ମପୁର ରେଳ ଲାଇନ ପ୍ରକଳ୍ପର ମିଥ୍ୟା ପରେ କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ଆଉ ଏକ ମିଥ୍ୟା ପ୍ରହେଳିକା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କଣ ଆଗରୁ କେନ୍ଦୁପତ୍ର ଶ୍ରମିକମାନେ ଥିଲେ ନାହିଁ କି? ଆଜିର ଘୋଷଣାରେ ନୂଆ କଣ ଅଛି ?
୨୦୧୩ ମସିହା ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ କରିଥିବା ଘୋଷଣା ଘୋଷଣା କୁଆଡେ ଗଲା?
କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ଓଡିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି
ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ଛାଡ କରି ଉଦାହରଣ ସୃଷ୍ଟି କରନ୍ତୁ
ଜିଏସଟି କାଉନସିଲରେ କାହିଁକି ଅର୍ଥ ମନ୍ତ୍ରୀ ବିଦ୍ଧିବଦ୍ଧ ଭାବରେ ରାଜ୍ୟ ସରକାର ଜିଏସଟି ଛାଡ କରିବା ପାଇଁ ପ୍ରସ୍ତାବ ରଖିନାହାନ୍ତି ?
ଜିଏସଟି କାଉନସିଲ ବୈଠକରେ ସମର୍ଥନ, ଭୁବନେଶ୍ୱରରେ ବିରୋଧ
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ?
ତୋଳାଳୀଙ୍କ ପାଇଁ ୧୦୦ % ବୋନସ ଲାଗୁ କରିବା, ସିଜନାଲ ଷ୍ଟାଫ ଓ ବନ୍ଧାଳୀଙ୍କୁ ୪୦% ଇନସେନଟିଭ ଆଲାଉନସ୍ ଲାଗୁ କରିବା, ଝିଅ ବାହାଘର ସହାୟତା କେବେ ଦେବେ ମିଳିବ ?
ଭୁବନେଶ୍ୱର, ତା.୨୩/୧୧: ଫସଲ ବୀମା, ଇନପୁଟ ସବସିଡ୍, ପଦ୍ମପୁର ରେଳ ଲାଇନ ପ୍ରକଳ୍ପର ମିଥ୍ୟା ପରେ କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ୟାକେଜ ଘୋଷଣା ଆଉ ଏକ ମିଥ୍ୟା । କେନ୍ଦୁପତ୍ର ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପୋଡା ଘା’ରେ ଲୁଣ ଦେବା ଭଳି ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ସେ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କଣ ଆଗରୁ କେନ୍ଦୁପତ୍ର ଶ୍ରମିକମାନେ ସାମିଲ ନଥିଲେ? ଏବେ ସାମିଲ ହେଲେ ବୋଲି ଘୋଷଣା କରାଗଲା । ଏହା ବିଜୁ ଜନତା ଦଳ ସରକାରଙ୍କର ଆଉ ଏକ ମିଛ ଘୋଷଣା । ସାଧାରଣ ପିଲାଙ୍କ ପାଇଁ ମିଳୁଥିବା ଛାତ୍ରବୃତିରୁ ବଂଚିତ ଥିଲେ କି କେନ୍ଦୁପତ୍ର ଶ୍ରମିକଙ୍କ ପିଲା ମାନେ ନା ଆଜିର ଘୋଷଣା କେବଳ ମିଥ୍ୟା ପ୍ରଚାର ।
ରାଜ୍ୟ ସରକାର କେନ୍ଦୁପତ୍ରରୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି । କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ଓଡିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ସେ ଘୋଷଣା କୁଆଡେ ଗଲା?
ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ଛାଡ କରି ଉଦାହରଣ ସୃଷ୍ଟି କରନ୍ତୁ । ଜିଏସଟି କାଉନସିଲରେ କାହିଁକି ଅର୍ଥ ମନ୍ତ୍ରୀ ବିଦ୍ଧିବଦ୍ଧ ଭାବରେ ରାଜ୍ୟ ସରକାର ଜିଏସଟି ଛାଡ କରିବା ପାଇଁ ପ୍ରସ୍ତାବ ରଖିନାହାନ୍ତି ? ଜିଏସଟି କାଉନସିଲ ବୈଠକରେ ସମର୍ଥନ, ଭୁବନେଶ୍ୱରରେ ବିରୋଧ ।
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ? କରୋନା ମହାମାରୀ ସମୟରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରିଥିଲେ । ତୋଳାଳୀଙ୍କ ପାଇଁ ୧୦୦ ପ୍ରତିଶତ ବୋନସ ଲାଗୁ କରିବା, ସିଜନାଲ ଷ୍ଟାଫ ଓ ବନ୍ଧାଳୀଙ୍କୁ ୪୦ ପ୍ରତିଶତ ଇନସେନଟିଭ ଆଲାଉନସ୍ ଲାଗୁ କରିବା, ଝିଅ ବାହାଘର ସହାୟତା କେବେ ଦେବେ ମିଳିବ ବୋଲି ବିରୋଧୀ ଦଳ ନେତା ଟ୍ୱିଟ୍ କରିଛନ୍ତି ।