Odisha news

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗରେ ଜିଲ୍ଲା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା

0

ବାରିପଦା  : ବିଜେପିର ବରିଷ୍ଠ ନେତା, ଧାମନଗର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ଉପନେତା ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ବିଷ୍ଣୁ ସେଠୀଙ୍କ ବିୟୋଗରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ଏହି ଅବସରରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସେଠୀ ଏକାଧାରରେ ଜଣେ କବି, ସାମ୍ବାଦିକ, ନାଟ୍ୟକାର, ସୁବକ୍ତା ଓ ରାଜନେତା ଥିଲେ ବୋଲି ବିଜେପି ନେତା ମାନେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ବରିଷ୍ଠ ନେତ୍ରୀ ଲକ୍ଷ୍ମୀ ସାହୁ, ଶୋଭାବତୀ ଓତା, ଜିଲ୍ଲା ଉପସଭାପତି ପ୍ରଦୀପ ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କୌଶଲ୍ୟା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ପ୍ରବୀଣ କୁମାର ପାତ୍ର, କାଉନ୍ସିଲର ରାଜ୍ ଗୁପ୍ତା, ଭାଗ୍ୟଲକ୍ଷ୍ମୀ ନାଏକ, ଯୁବସଭାପତି ବଳରାମ ସାହୁ, ମହିଳା ସଭାନେତ୍ରୀ ସରୋଜିନୀ କିସ୍କୁ, ନଗର ସଭାପତି ନିରଞ୍ଜନ ଦାସ, ବରିଷ୍ଠ ନେତା ଫାଗୁ ହାଁସଦାଃ, ସସ୍ମିତା ପୃଷ୍ଟି, ସୃଷ୍ଟି ଓତା, ମାନସୀ ତ୍ରିପାଠୀ, ରସିକାନନ୍ଦ ମିଶ୍ର, ଶିବୁ ପ୍ରଧାନ ଓ ଚିନ୍ମୟ ପଲେଇ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ସ୍ମୃତିଚାରଣ କରିବା ସହ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।

Leave A Reply