Odisha news

୧୪ ଅଗଷ୍ଟ – ବିଭାଜନ ବିଭୀଷିକା ସ୍ମୃତି ଦିବସ , ମାନବ ଇତିହାସର ସବୁଠୁ ବଡ ବିଭୀଷିକା: ସମୀର ମହାନ୍ତି

0

ଭୁବନେଶ୍ୱର, ତା.୧୪/୦୮: ଦେଶ ବିଭାଜନର ଯନ୍ତ୍ରଣା କେବେ ହେଲେ ଦେଶବାସୀ ଭୁଲି ପାରିବେ ନାହିଁ । ଦେଶ ବିଭାଜନ ସମୟରେ ହୋଇଥିବା ହିଂସା ଦ୍ୱାରା ୧୦ଲକ୍ଷରୁ ଉର୍ଦ୍ଧ ନିଦେ୍ର୍ଦାଶ ଲୋକ ମୃତୁ୍ୟବରଣ କରିବା ସହିତ ୧କୋଟି ୭୫ଲକ୍ଷରୁ ଅଧିକ ଲୋକ ନିଜ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ । ହଜାର ହଜାର ସଂଖ୍ୟାରେ ନିରୀହ ଶିଶୁ ଓ ବୃଦ୍ଧ ନିଜ ଭିଟାମାଟି ଛାଡିବା ପରେ ହାଲିଆ, ଖାଦ୍ୟାଭାବ ଏବଂ ବେମାର କାରଣରୁ ପ୍ରାଣ ମଧ୍ୟ ହରାଇଥିଲେ । ଏତିକିରେ ସୀମିତ ହୋଇ ରହିନଥିଲା ବିଭାଜନର ବିଭିଷିକା । ଏହି ସମୟରେ ଲକ୍ଷ ଲକ୍ଷ ମହିଳା ଅମାନବୀୟ ଅତ୍ୟାଚାର, ଦୁଷ୍କର୍ମ, ଅସହ୍ୟ ଯନ୍ତ୍ରଣା, ମାନସିକ ଯନ୍ତ୍ରଣାର ଶିକାର ହୋଇଥିଲେ । ବିଭାଜନ କାରଣରୁ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଥିବା ଲକ୍ଷ ଲକ୍ଷ ଲୋକ ରେଳ ଯୋଗେ ଫେରୁଥିବା ସମୟରେ ସାଂପ୍ରଦାୟିକ ଦଙ୍ଗାର ଶିକାର ହୋଇଥିଲେ । ବିଶ୍ୱର ଅନ୍ୟ କୌଣସି କ୍ଷେତ୍ରରେ ଏତେ ଲୋକଙ୍କ ପ୍ରାଣ ଯାଇନଥିଲା କି ଲୋକେ ଭିଟାମାଟି ଛାଡିନଥିଲେ ।

ଏହା ମାନବ ଇତିହାସର ସବୁଠୁ ବଡ ବିଭୀଷିକା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥିବା କୋଟି କୋଟି ଲୋକ ନିଜ ନିଜ ଭିଟାମାଟି ଛାଡି ପାଦରେ ଚାଲି ଚାଲି ଯାଇଥିଲେ । ଗାଁ ରୁ ଗାଁ ଗୁଡିକ ଧ୍ୱସ୍ତବିଧସ୍ତ ହେଉଥିବାବେଳେ ଶରଣାର୍ଥୀ ପଦଯାତ୍ରୀଙ୍କ ସଂଖ୍ୟା ମାଇଲ ମାଇଲ ପର୍ଯ୍ୟନ୍ତ ବ୍ୟାପି ଚାଲିଥିଲା । ପଞ୍ଜାବ ତୁଳନାରେ ବଙ୍ଗଳାରେ ବିସ୍ଥାପନର ଭୟାବହତା ଦଶନ୍ଧି ଧରି ଲାଗିରହିଛି । ପୂର୍ବ ବଙ୍ଗଳାର ବିସ୍ଥାପିତଙ୍କୁ ବାଂଲାଦେଶ କୈାଣସି ପ୍ରକାରର ସହାୟତା ଓ ରିଲିଫ୍ ଦେବାକୁ ମନା କରିଦେଇଥିଲା ।

୧୬ ଅଗଷ୍ଟ ୧୯୪୬ ମସିହାରେ ମୁସଲିମ୍ ଲିଗ୍ ଦ୍ୱାରା “ଡାଇରେକ୍ଟ ଆକ୍ସନ ଡେ” କାରଣରୁ ଦେଶ ବିଭାଜନ ପରେ ମଧ୍ୟ ଦଙ୍ଗା ଲାଗିରହିଥିଲା । ପାକିସ୍ଥାନୀ ମିଲିଟାରୀ, ମୁସଲିମ୍ ନ୍ୟାସନାଲ୍ ଗାର୍ଡ, ମୁସଲିମ୍ ଲିଗ୍ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକ ଅଣମୁସଲିମ୍ମାନଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ । ବିଭାଜନର ଭୟାବହତା ଏତେ ମାତ୍ରାରେ ଥିଲା ଯେ, ଏହା ଦୀର୍ଘ ଦିନ ଏପରିକି ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ପାକିସ୍ଥାନ ଓ ବାଂଲାଦେଶରୁ ବହୁ ସଂଖ୍ୟାରେ ଲୋକ ପଳାଇଥିଲେ । ଏହି ସ୍ଥିତି ବର୍ତମାନ ମଧ୍ୟ ଜାରୀ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଭାରତ ପାକିସ୍ଥାନ ବିଭାଜନ ସମୟରେ ଘୃଣା ଓ ହିଂସା କାରଣରୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହିତ ନିଜ ଜୀବନ ମଧ୍ୟ ବଳିଦାନ ଦେଇଥିଲେ । ସେମାନଙ୍କ ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୪ ତାରିଖକୁ “ବିଭାଜନ ବିଭୀଷିକାର ସ୍ମୃତି ଦିବସ” ଭାବେ ବିଜେପି ତରଫରୁ ଦେଶବ୍ୟାପୀ ପାଳନ କରାଯାଉଛି ।

ଏହି ଅବସରରେ ଆଜି ଓଡିଶାର ବିଭିନ୍ନ ସ୍ଥାନରେ “ବିଭାଜନ ବିଭୀଷିକାର ସ୍ମୃତି ଦିବସ” ପାଳନ କରାଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବହୁ ଅସୁବିଧା ସତ୍ୱେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଏବଂ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

 

Leave A Reply