Odisha news

ଆସନ୍ତା କାଲି ଅଗଷ୍ଟ ୧୪ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’

0

 ଆସନ୍ତା କାଲି ଭୁବନେଶ୍ୱର କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
 ସକାଳ ୧୧ଟାରେ ରେଳଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ
 ଅପରାହ୍ନ ୪ ଟାରେ ମୁ୍ୟଜିୟମ ଛକରୁ ଏଜି ଛକ ପର୍ଯ୍ୟନ୍ତ ନୀରବ ଯାତ୍ରରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : : ଦେଶ ବିଭାଜନର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ । ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ନିଜର ଜୀବନ ବଳିଦାନ ଦେଇଥିବା ଭାଇ ଭଉଣୀମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ ବିଜେପି ତରଫରୁ ନିଷ୍ପତି ନିଆଯାଇଛି । ଏହି ଅବସରରେ ୧୯୪୭ ମସିହାର ବିଭାଜନ ବିଭୀଷିକାର ପ୍ରଦର୍ଶନୀ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ସହାରଂଚଳରେ ଅନୁଷ୍ଠିତ ହେବା ସହିତ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ଉଦେ୍ଦଶ୍ୟରେ ନୀରବ ଯାତ୍ରା ଆସନ୍ତା କାଲି ଅନୁଷ୍ଠିତ ହେବ ।
ଆସନ୍ତା କାଲି ସକାଳ ୧୧ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ତରଫରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ । ଅପରାହ୍ନ ୪ଟାରେ ମୁ୍ୟଜିୟମ ଛକଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଜି ଛକସ୍ଥିତ ବାବାସାହେବ ଆମ୍ବଦକରଙ୍କ ପ୍ରତିମୁର୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ନୀରବ ପଦଯାତା୍ରରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଏବଂ ଜନସାଧାରଣ ଯୋଗ ଦେବାକୁ ରାଜ୍ୟ ମୁଖପାତ୍ର ତଥା କମିଟିର ରାଜ୍ୟ ସଂଯୋଜକ ଶ୍ରୀ ସୁଦୀପ୍ତ ରାୟ ନିବେଦନ କରିଛନ୍ତି ।

 

Leave A Reply