ରାଜ୍ୟ ପଦାଧିକାରୀ ବୈଠକ ଦ୍ରୈପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପଦାଧିକାରୀ ବୈଠକରେ ବିଶେଷ ଧନ୍ୟବାଦ : ଡ.ଲେଖାଶ୍ରୀ
ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଏବଂ ସାଂଗଠନିକ ପ୍ରସଙ୍ଗକୁ ନେଇ ଆଲୋଚନା
ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡାଙ୍କ ସମେତ ରାଜ୍ୟ ପଦାଧିକାରୀ
ଆସନ୍ତା କାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର କୁରାଙ୍ଗରେ ଅନୁଷ୍ଠିତ ହେବ ରାଜ୍ୟ କାର୍ଯ୍ୟକାରିଣୀ
କାର୍ଯ୍ୟକାରିଣୀରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସହ ପ୍ରଭାରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଭୁବନେଶ୍ୱର,ତା.୨୮/୦୬: ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ସାଂଗଠନିକ ପ୍ରସଙ୍ଗକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀ ଓ ଚାଷ ସମସ୍ୟା, ମହିଳା ଓ ଶିଶୁ ନିର୍ଯ୍ୟାତନା ବୃଦ୍ଧି, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସୀମା ବିବାଦ, ବେରୋଜଗାର ସମସ୍ୟା, ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦୁ୍ୟତ ଶୁଳ୍କ ବୃଦ୍ଧି ଆଦି ଘଟଣା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।
ଓଡିଶାର ଆଦିବାସୀ ଝିଅ ଶ୍ରୀମତୀ ଦ୍ରୈ÷ାପଦୀ ମୁର୍ମୁଙ୍କୁ ସମ୍ବିଧାନର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଗୈାରବର ବିଷୟ । କୃଷକ ଓ କୃଷକକଲ୍ୟାଣକୁ ପ୍ରାଥମିକତା ଦେବା, ଅଗ୍ନିପଥ ଯୋଜନାର ଶୁଭାରମ୍ଭ, ଗରୀବ କଲ୍ୟାଣ ଯୋଜନାରେ ଦୀର୍ଘ ୨ ବର୍ଷ ଧରି ୮୦ କୋଟି ଦେଶବାସୀଙ୍କୁ ମାଗଣା ଚାଉଳ, ଡାଲି ଆଦି ରାସନ ଯୋଗାଇଦେବା, ରାଜ୍ୟର ଆକାଂକ୍ଷା ଜିଲ୍ଲାରେ ଦୂରସଂଚାର ବିଭାଗ ତରଫରୁ ୩ ହଜାରରୁ ଉଦ୍ଧ୍ୱର୍ ମୋବାଇଲ ଟାୱାର ନିର୍ମାଣ, ପ୍ରଧାନମନ୍ତ୍ରୀ ଜନଔଷଧି ପରିଯୋଜନାରେ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇଦେବା ଆଦି ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ଆଜି ପଦାଧିକାରୀ ବୈଠକରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଆଜିର ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ । ଏହା ପରେ ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।
(ବିଜେପି ମିଡିଆ ସେଲ୍)