Odisha news

ବ୍ରଜରାଜନଗର ଉପନିର୍ବାଚନ : ଆସନ୍ତା କାଲି ମାରାଥନ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

 ଲଖନପୁର ବ୍ଲକ, ବେଲପାହାଡ ଏବଂ ବ୍ରଜରାଜନଗର ମୁ୍ୟନିସିପାଲିଟିରେ ପ୍ରଚାର
ଭୁବନେଶ୍ୱର, ତା.୨୩/୦୫: ଆସନ୍ତା ୩୧ ତାରିଖ ଦିନ ବ୍ରଜରାଜନଗର ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମୋଦି ସରକାରଙ୍କ ଜନକଲ୍ୟାଣ ଓ ଶାସକ ବିଜେଡିର ଜନବିରୋଧୀ ଆଭିମୁଖ୍ୟକୁ ନେଇ ଭାରତୀୟ ଜନତା ପାର୍ଟୀ ସାଧାରଣ ଭୋଟର ପାଖକୁ ଯାଉଛି । ପ୍ରଚାର କାର୍ଯ୍ୟକୁ ଅଧିକ ଶାଣିତ କରିବା ପାଇଁ ପାର୍ଟିର ବହୁ ବରିଷ୍ଠ ମନ୍ତ୍ରୀ ଏବଂ ନେତାମାନେ ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି । ଗତ ଦୁଇ ଦିନ ହେଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ବ୍ରଜରାଜନନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରି ଦଳୀୟ ପ୍ରାର୍ଥିନୀ ଶ୍ରମତୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି ।

ଏହି ଅବସରରେ ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରି ପ୍ରଚାର କାର୍ଯ୍ୟ କରିବେ ବୋଲି  ସୁଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତା କାଲି ଲଖନପୁର ବ୍ଲକର ଡୁନଡୁନ ଗ୍ରାମରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚାରପାଲି, କୁମାରବନ୍ଦ, ଡାଲଗାଁ, ବନ୍ଧବାହାଲ, ଅଧାପଡା, ବଗମୁଣ୍ଡା, କଦମଡିହି, ଜାମଗାଁ, କନକତୁରା ଦେଇ ବେଲପାହାଡ ମୁ୍ୟନିସିପାଲିଟିରେ ପ୍ରଚାର କରିବେ । ସଂଧ୍ୟାରେ ଶ୍ରୀ ପ୍ରଧାନ ବ୍ରଜରାଜନଗର ମୁ୍ୟନିସିପାଲିଟିରେ ଅନୁଷ୍ଠିତ ହେବାକୁ ଥିବା ରୋଡ ସୋ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି ।

 

Leave A Reply