ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା
ରାଜ୍ୟର ସମସ୍ତ ବୁଥକୁ ଯାଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାକୁ ତୃଣମୁଳ ସ୍ତରରେ ଘରେ ଘରେ ପହଂଚାଅ : ସମୀର ମହାନ୍ତି
ସମାଜକୁ ଭଲ ପାଇ ସେବା କରିବା ବିଜେପି କାର୍ଯ୍ୟକର୍ତାଙ୍କ ଗୁରୁଦାୟୀତ୍ୱ : ଡି.ପୁରନେ୍ଦଶ୍ୱରୀ
ବିଜେପି ପାର୍ଟୀର କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସର୍ବଦା ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଏ : ବିଜୟ ପାଲ ସିଂ ତୋମାର
ଆସନ୍ତା କାଲି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଭୁବନେଶ୍ୱର,ତା.୦୬/୦୩: ଆସନ୍ତା କାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉକ୍ରଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା, ଡିଏମଏଫ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତୃଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥିଲା ।
କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ବଳିଷ୍ଠ ନେତୃତ୍ୱ ଓ ପଦକ୍ଷେପ କାରଣରୁ ଭାରତବର୍ଷ ସମଗ୍ର ବିଶ୍ୱରେ ପ୍ରଶଂସାର ଅଧିକାରୀ ହୋଇଛି । କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ଗରୀବକଲ୍ୟାଣ ଯୋଜନା କାରଣରୁ କୋଟି କୋଟି ଦେଶବାସୀ ଉପକୃତ ହୋଇଛନ୍ତି । କୋଭିଡ୍ ଟୀକାକରଣରେ ଭାରତବର୍ଷ ଆଜି ବିଶ୍ୱର ନେତୃତ୍ୱ ନେବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଗର୍ବର ବିଷୟ ଏବଂ ଏହାର ମୁଖ୍ୟ ଶ୍ରେୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୈ÷ାଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶା ପାଇଁ ମୋଦିଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଆଜିକାର ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଆସନ୍ତା କାଲିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ଟୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଆଜିର ଏହି ବୈଠକକୁ ସମ୍ବୋଧନ କରି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ଓଡିଶାବାସୀ ଭାରତୀୟ ଜନତା ପାର୍ଟୀ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ରାଜ୍ୟର ସମସ୍ତ ୩୭ ହଜାରରୁ ଉଦ୍ଧ୍ୱର୍ ବୁଥକୁ ଯାଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାକୁ ତୃଣମୁଳ ସ୍ତରରେ ଘରେ ଘରେ ପହଂଚାଇବାକୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
ଆମେ ସମସ୍ତେ ପାର୍ଟୀର ସାଧାରଣ କାର୍ଯ୍ୟକର୍ତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିରେ ସେବାକୁ ହିଁ ସର୍ବଦା ମହତ୍ୱ ଦିଆଯାଇଛି । ଦଳ ନିର୍ବାଚନ ଜିତିବା ପାଇଁ ନୁହେଁ, ଦଳର ସଂଗଠନ କେବଳ କ୍ଷମତା ଦଖଲ କରିବା ପାଇଁ ନୁହେଁ ବରଂ ସମାଜକୁ ଭଲ ପାଇ ସେବା କରିବା ବିଜେପି କାର୍ଯ୍ୟକର୍ତାଙ୍କ ଗୁରୁଦାୟୀତ୍ୱ । କୋଟି କୋଟି ବିଜେପି କାର୍ଯ୍ୟକର୍ତାଙ୍କ ନିଷ୍ଠା ଓ ପରିଶ୍ରମ କାରଣରୁ ଭାରତୀୟ ଜନତା ପାର୍ଟୀ ଆଜି ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ଭାବେ ମାନ୍ୟତା ପାଇଛି । ଆମ ସମସ୍ତଙ୍କୁ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟବାସୀଙ୍କ ଆହୁରି ଅଧିକ ଆସ୍ଥାଭାଜନ ହେବା ପାଇଁ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀ ପରାମର୍ଶ ଦେଇଛନ୍ତି ।
ଭାରତୀୟ ଜନତା ପାର୍ଟୀ ଅନ୍ୟ ରାଜନୈତିକ ଦଳଠାରୁ ସଂପୂର୍ଣ୍ଣ ଭିନ୍ନ । କୋଭିଡ୍ ମହାମାରୀ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସେବାକାର୍ଯ୍ୟ ଦ୍ୱାରା ସାଧାରଣ ଜନତାଙ୍କ ନିକଟରେ ପହଂଚିଛି । ବିଜେପି ପାର୍ଟୀର କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସର୍ବଦା ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି । ବୁଥ୍ ସ୍ତରର କାର୍ଯ୍ୟକର୍ତାଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ ତଥା ସ୍ୱୟଂ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପାର୍ଟୀର ବିଚାରଧାର ପ୍ରତି ଅବଗତ ହୁଅନ୍ତି ବୋଲି ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର କହିଛନ୍ତି ।
ଆଜିର ବୈଠକରେ ଯୋଗ ଦେଇ ଉପସ୍ଥିତ ସମସ୍ତ ପଦାଧିକାରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମତାମତ ପ୍ରଦାନ କରିଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ ଓ ସୁରେଶ ପୁଜାରୀଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।