Odisha news

ବିଜେପିର ଅଭିଯୋଗ, ମାହାଙ୍ଗା ପାଲଟିଛି ଦୁର୍ନିତିର ପ୍ରୟୋଗଶାଳା

0

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଦୁର୍ନିତର ପ୍ରୟୋଗଶାଳା ପାଲଟିଥିବା ବିଜେପି ନେତା ଶାରଦା ପ୍ରଧାନ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୭ଟି ଦୁର୍ନିତି ସମ୍ପର୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନବିନ ସରକାରଙ୍କ ପଂଚମ ପାଳିର ୧ମ ବର୍ଷ ଶେଷ ହୋଇଛି । “ଅମ୍ପାନ୍’ ବାତ୍ୟା ସୁପରି·ଳନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବାରୁ ଏହା ରାଜ୍ୟ ତଥା ରାଜ୍ୟବାସୀ ପାଇଁ ଏକ ଗୌରବର ବିଷୟ ହୋଇଥିଲା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦୁର୍ନିତି ତଥା ପଂଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନିତି ଅଭିଯୋଗ ପରେ ବି ତାହା କେବଳ ସୀମିତ ହୋଇ ରହିଛି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଫନି ବାତ୍ୟାକୁ ୧ବର୍ଷ ପୂରଣ ହୋଇଥିଲେ ମଧ୍ୟ ମାହାଙ୍ଗାରେ ପ୍ରକୃତ ହିତାଧିକାରୀ ଫନି ଘରଭଙ୍ଗା ଟଙ୍କା ପାଇଲେ ନାହିଁ ।

ମାହାଙ୍ଗାରେ ସମ୍ପୂର୍ଣ୍ଣ ଘରଭଙ୍ଗା ବାବଦରେ ୩ହଜାର ପରିବାରକୁ ସହାୟତା ଦିଆଯାଇଥିଲା ବେଳେ ପାଖାପାଖି ୨ହଜାର ପରିବାର ଅଯୋଗ୍ୟ । ଆବାସ ଦୁର୍ନିତିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃତାଙ୍ଗ, ଜମରା, ଦାଉଦପୁର ଓ ଅନେକ ପଂଚାୟତର ତଥ୍ୟ ପ୍ରଦାନ କରଯାଇଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । କୋଭିଡ-୧୯ କ୍ଷେତ୍ରରେ ବିଭିନ୍ନ ଗ୍ରା.ପରେ ଖଟିଆ ଓ ଅନ୍ୟାନ୍ୟ ଉପକରଣ କିଣାରେ ଦୁର୍ନିତି. କ୍ୱାରେଂଟାଇନ୍ ଘରେ ବ୍ୟାପକ ଅବ୍ୟବସ୍ଥା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ମାହାଙ୍ଗାରେ ପୂତ ବିଭାଗରେ ବହୁ ନିମ୍ନମାନର ରାସ୍ତା ନିର୍ମାଣ ଓ ପାଗା-ଗୋପୀନାଥପୁର ରାସ୍ତା ଧସି ଯିବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ।

ଲୋକପାଳ ନିଦେ୍ର୍ଦଶକୁ ଭିଜିଲାନ୍ସ ବିଭାଗ କାର୍ଯ୍ୟକାରୀ ନକରିବା ସମ୍ପର୍କିତ, ରାସନ କାର୍ଡରେ ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା, ଶାସକ ଦଳର ବହୁ ନେତା ଏପରିକି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ବର୍ତମାନର ଜିଲ୍ଲାପରିଷଦର ସଭ୍ୟ ତଥା ବହୁ ଅଯୋଗ୍ୟ ବ୍ୟକ୍ତି ରାସନକାର୍ଡ ହାତେଇଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସରେ ରିଟେଲରମାନେ କିରୋସିନି ଲିଟର ପିଛା ୪୦ଯଙ୍କା ଓ ମେ ମାସରେ ଲିଟର ପିଛା ୧୫ଟଙ୍କା ବିକ୍ରି କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିବା ସମୟରେ ରିଟେଲରମାନେ ୩୦ଟଙ୍କା ଲିଟର ପିଛା ବିକ୍ରୟ କରୁଛନ୍ତି । ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । କରୋନା ମହାମାରୀ ସମୟରେ ରାସନ କାର୍ଡ ହିତାଧିକାରୀମାନଙ୍କୁ ସରକାରୀ ଗାଇଡ ଲାଇନ ନମାନି ମାହାଙ୍ଗା ନିର୍ବର୍ାଚନ ମଣ୍ଡଳୀରେ ଅନେକ ପଂଚାୟତରେ ସରପଂଚ, ସମିତି ସଭ୍ୟ, ଦଳୀୟ ନେତା ଟଙ୍କା ବାଂଟୁଥିବା ର ପ୍ରମାଣ ଦିଆଯାଇଥିଲା ।

ବିଡିଓଙ୍କ ଅନୁମତି କ୍ରମେ କରୋନା ସମୟରେ ବ୍ଲକ୍ ସଭାଗୃହରେ ବ୍ଲକ୍ ଅଧ୍ୟକ୍ଷ ଏକ ବୈଠକରେ ସରକାରୀ ଯୋଜନାର ସୁଭାରମ୍ଭ କରିଥିବାର ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବହୁ ଯୋଗ୍ୟ ବ୍ୟକ୍ତି ବାର୍ଦ୍ଧକ୍ୟ ଭତା ପାଉନଥିଲା ବେଳେ ୪୦ ବର୍ଷରୁ ଉଦ୍ଧ୍ୱର୍ ଯୁବକ କୌଶଳ କ୍ରମେ ବାର୍ଦ୍ଧକ୍ୟ ଭତା ହାତେଇଛନ୍ତି । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ନଗସପୁର ସରପଂଚ ସୁଧାଂଶୁ ଶେଖର ଭୂୟାଁ, କରୋନା ଯୋଦ୍ଧା ଜଣେ ମହିଳା ଡାକ୍ତରଙ୍କୁ ଦୁର୍ବବ୍ୟବହାର କରି ନିଲମ୍ବନ ହେବା ଓ ମାହାଙ୍ଗାର ପୂର୍ବତନ ବିଡିଓ ସୁବୋଧ ଆଚାର୍ଯ୍ୟ ଯିଏ କି ଆବାସ ଯୋଜାନାର ଛନ୍ଦି ହୋଇଥିଲେ ତାଙ୍କୁ ପଂଚାୟତ ରାଜ ମନ୍ତ୍ରୀ ଅପୋନ୍ନତି ଦେଇ ନିଜର ଓଏସ୍ଡି ଭାବେ ନିଯୁକ୍ତି କଲେ । ଏହିଭଳି ଗୁରୁତର ଅଭିଯୋଗ ମାହାଙ୍ଗା ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରାଯାଇଛି ।

Leave A Reply