Odisha news

କଂଟ୍ରୋଲ ସାମଗ୍ରୀ ଅନିୟମିତତାକୁ ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

0

ମାହାଙ୍ଗା   : ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ମାହାଙ୍ଗା ବ୍ଲକ୍ ସୂଚନା ଅଧିକାର ଅଭିଯାନର ସଦସ୍ୟମାନଙ୍କ ତରଫରୁ ଏହି ବ୍ଲକ୍ର ବିଭିନ୍ନ ପଂଚାୟତରେ କିରୋସିନ, ଡାଲି ବଂଟନରେ ଅନିୟମିତତା ଓ ଠକାମି ବିରୁଦ୍ଧରେ ମାହାଙ୍ଗା ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ  ଯୋଜନା ଲାଗୁ କରିଥିଲା ବେଳେ ତାହା ମାହାଙ୍ଗା ବ୍ଲକ୍ରେ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ । କେନ୍ଦ୍ର ସରକାର ପ୍ରତ୍ୟେକ ରାସନକାର୍ଡ ଧାରୀଙ୍କୁ ମୁଣ୍ଡ ପିଛା ୫କେଜି ·ଉଳ, କାର୍ଡ ପିଛା ୨ ଲିଟର କିରୋସିନି ଓ ୩କେଜି ହରଡ ଡାଲି ତିନି ମାସ ପାଇଁ ଦିଆଯାଇଛି ।

ହେଲେ ମାହାଙ୍ଗା ବ୍ଲକ୍ରେ ଏପର୍ଯ୍ୟନ୍ତ ଡାଲି ବଂଟନ କରାଯାଇନଥିବା ବେଳେ କିରୋସିନି ବଂଟନରେ ବ୍ୟାପକ ଅନିୟମିତତା ହୋଇଛି । ୧୫ଟଙ୍କା କିରୋନି ଲିଟର ବଦଳରେ କେତେକ ଡିଲର ଚଢା ଦରରେ ୪୦ରୁ ୫୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି । ଏହିଭଳି ମାହାଙ୍ଗା ବ୍ଲକ୍ରେ ଡିଲର ଓ ଯୋଗାଣ ଅଧିକାରୀ ମିଳିତ ଭାବରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି । ଏହି ଘଟଣାର ତଦନ୍ତ କରାଯାଇ କିରୋସିନି ବାବଦରେ ନେଇଥିବା ଅଧିକ ଅର୍ଥକୁ ଫେରସ୍ତ କରିବା ଓ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠଟାନ ଗ୍ରହଣ କରିବା ନେଇ ଏକ ଦାବିପତ୍ର ଓସା, କଟକ ଜିଲ୍ଲା ସମ୍ପାଦକ, ଜିତେନ୍ଦ୍ର ସାହୁ, କେଶବ ଜେନା, ବାବୁଲି ଜେନା, ଶିବ ଚରଣ ଜେନା, ଭାଗ୍ୟଧର ଜେନା, ଶ୍ରୀକାନ୍ତ ପ୍ରକଳ, ହୃଷିକେଷ ରାଉତ, ପ୍ରମୁଖ ମାହାଙ୍ଗା ବିଡିଓଙ୍କୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.