Odisha news

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ହତ୍ୟାକାରୀଙ୍କୁ ଗିରଫ କରାଯାଉ :ବିଜେପି

0

 ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ନହେବା ଯାଏଁ ବିଜେପି ଆନେ୍ଦାଳନ ଜାରି ରଖିବ : ସମୀର ମହାନ୍ତି
 ମୋଦିଜୀଙ୍କ ଲୋକପ୍ରିୟତା ଦେଖି ଶାସକ ବିଜେଡି ଭୟଭୀତ ହୋଇପଡିଛି : ବିଜୟ ପାଲ ସିଂ ତୋମର
 ବିଗତ ଦିନରେ ବିଜେପିର ୧୭ ଜଣ କାର୍ଯ୍ୟକର୍ତାଙ୍କୁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଛନ୍ତି : ଅପରାଜିତା ଷଡଙ୍ଗୀ
 ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ
 ପୋଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ
 ବିଜେପି ନେତାଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ
 ବିଜେପି କାର୍ଯ୍ୟକର୍ତାମାନେ କେବେ ହିଂସା କରନ୍ତି ନାହିଁ

କଟକ/ଭୁବନେଶ୍ୱର,ତା.୦୮/୦୧: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିଦେ୍ର୍ଦଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି । ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କିନ୍ତୁ ପୋଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଡିଜିପି ଅଫିସ ଘେରାଉ କରାଯାଇଥିଲା ।

ରାଜ୍ୟସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ନେତା କୁଳମଣି ବରାଳ ସବୁବେଳେ ପ୍ରତିବାଦ କରିଆସୁଥିଲେ । ଏହି କାରଣରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଷଡଯନ୍ତ୍ର କ୍ରମେ ତାଙ୍କର ଏକାନ୍ତ ଅନୁଗତ ପୂର୍ବ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଓ ସରପଂଚଙ୍କ ସ୍ୱାମୀ ପ୍ରଫୁଲ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡିର କିଛି କାର୍ଯ୍ୟକର୍ତା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲେ । ମୃତୁ୍ୟ ପୂର୍ବରୁ କୁଲମଣି ବରାଳ ଓ ଦିବ୍ୟ ସିଂହ ବରାଳ ମୃତୁ୍ୟକାଳୀନ ଜମାନବନ୍ଦୀରେ ଆକ୍ରମଣକାରୀଙ୍କ ନାମ ପରିବାର ଲୋକଙ୍କୁ ଜଣାଇଥିଲେ । ସେହି ଜମାନବନ୍ଦୀ ଆଧାରରେ କୁଳମଣି ବରାଳଙ୍କ ପୁଅ ଥାନାରେ ଏତଲା ଦେଇଥିଲେ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କରୁନାହିଁ କି ଗିରଫ କରିନାହିଁ । ଗତ ୨ ବର୍ଷ ତଳେ ବିଜେପି ପଂଚାୟତ ସଭାପତି ଅନୁସୂଚିତ ଜାତି ବର୍ଗର ବିକାଶ ଜେନାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା । ହତ୍ୟାକାରୀମାନେ ଫେରାର୍ ହୋଇଥିବା କଥା ପୋଲିସ କହୁଥିବା ସମୟରେ ସେମାନେ ଗାଁରେ ରହି ଉପଦ୍ରବ କରିବା ସହ ଅନେକ ସମୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସାଙ୍ଗରେ ରହୁଥିଲେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରମାଣ ରହିଛି । କୁଳମଣି ବରାଳ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯିବା ପରେ ପୋଲିସ ଏହାକୁ ହେୟଜ୍ଞାନ କରିଥିଲା ବୋଲି ବିଜେପିର ନେତୃବୃନ୍ଦ ପୋଲିସ ଡିଜିପିଙ୍କ ପାଖରେ ଅଭିଯୋଗ କରିଥିଲେ ।

ବିଜେପି ନେତାଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ରାଜ୍ୟରେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା କଥା କିନ୍ତୁ ଶାସକ ଦଳର ହାତବାରେସୀ ସାଜି ପୋଲିସ କାର୍ଯ୍ୟ କରୁଛି । ପୁରୀରେ ହାଜତ ମୃତୁ୍ୟ, ନୟାଗଡରେ ପରୀ ହତ୍ୟାକାଣ୍ଡ ଏବଂ ମାହାଙ୍ଗାରେ ବିଜେପି ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ଗୁଡିକରେ କିଛି ଚାଟୁକାରିତା ପୋଲିସ ଅଫିସରମାମାନଙ୍କ ପାଇଁ ଆଜି ପୂରା ପୋଲିସ ପ୍ରଶାସନ ବଦନାମ ହୋଇଛି । ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ନହେବା ଯାଏଁ ବିଜେପି ଆନେ୍ଦାଳନ ଜାରି ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଚେତାବାନୀ ଦେଇଛନ୍ତି ।

ମୋଦିଜୀଙ୍କ ଲୋକପ୍ରିୟତା ଦେଖି ଶାସକ ବିଜେଡି ଭୟଭୀତ ହୋଇପଡିଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେପି କାର୍ଯ୍ୟକର୍ତାମାନେ କେବେ ହିଂସା କରନ୍ତି ନାହିଁ । କିନ୍ତୁ ଯଦି ରାଜନୈତିକ ହିଂସା ପରାୟଣ ହୋଇ ସେମାନଙ୍କୁ ହତ୍ୟା କରାଯିବ କାର୍ଯ୍ୟକର୍ତାମାନେ ଏହାକୁ ବରଦାସ୍ତ କରିବେ ନାହିଁ । ଯେଉଁ ପୋଲିସ ଅଧିକାରୀମାନେ ଶାସକ ଦଳ ଇଙ୍ଗିତରେ କାମ କରୁଛନ୍ତି ସେମାନେ ସର୍ତକ ହୋଇଯାନ୍ତୁ, କାରଣ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ରାଜ୍ୟ ବିଜେପି ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର ଚେତାବନୀ ଦେଇଛନ୍ତି ।
ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣଭାବେ ଭୁଷୁଡି ପଡିଛି । ୨୦୧୯ ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ୫.୭ ପ୍ରତିଶତ ଦଣ୍ଡହାର ରହିଛି । ମହିଳା ଅପରାଧରେ ଓଡିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ବିଗତ ଦିନରେ ବିଜେପିର ୧୭ ଜଣ କାର୍ଯ୍ୟକର୍ତାଙ୍କୁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଛନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପିର ୧୪ ଜଣ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଥିଲା । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏବେ ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ରାଜନୈତିକ ଉଦେ୍ଦଶ୍ୟ ରଖି ହତ୍ୟା କରାଯାଇଛି । ଏ ସମସ୍ତ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ କେତେବାଟ ଆଗେଇଛି ଏବଂ କେତେ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି ତାହା ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଦାବି କରିଛନ୍ତି ।

ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିରୋଧୀଙ୍କ କଣ୍ଠୋରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ଶାସକ ବିଜେଡି ପଛାଉ ନାହିଁ । ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟସରକାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଢଙ୍ଗରେ ପରିଚାଳନା କରିବାରେ ବିଫଳ ହେବା କାରଣର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ ବୋଲି କହି ମିଛଠାରେ ବାହା ବାହା ନେବାର ଅପଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ବର୍ତମାନ ହିଂସାକୁ ପ୍ରଶୟ ଦେବା ସହ ରାଜନୈତିକ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ପ୍ରଶ୍ରୟ ଦେଉଛନ୍ତି ବୋଲି ବିଜେପି ନେତୃବୃନ୍ଦ କହିଥିଲେ ।
ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ବିଜେପି ରାଜ୍ୟବ୍ୟାପୀ ଆନେ୍ଦାଳନକୁ ଆହୁରି ତୀବ୍ର କରିବ । ଡିଜି ଅଫିସ ଘେରାଉ ପୂର୍ବରୁ ରାଜ୍ୟସର ସମସ୍ତ ଥାନା, ଜିଲ୍ଲାର ଏସପି ଅଫିସ ଘେରାଉ କରାଯାଇଥିଲା ।

ଆଜି କଟକଠାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ମାତା ମଠ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଡିଜପିି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ମନମୋହନ ସାମଲ ଓ ସୁରମା ପାଢୀ, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପ୍ରକାଶ ସୋରେନ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ ଓ ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସୀସ ଆଚାର୍ଯ୍ୟ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ, କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡୁ, ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ବରିଷ୍ଠ ବିଜେପି ନେତା ନୟନ ମହାନ୍ତି, ଦିଲୀପ ମଲ୍ଲିକ, ବିଜୟ କୁମାର ଦଳ ବେହେରା, ଶୁଭ୍ରାଂଶୁ ପାଢୀ, ବିଜୟ କୁମାର ଦଳବେହେରା, ଅନୁ ଚୌଧୁରୀ, ବ୍ରଜେନ୍ଦ୍ର କୁମାର ରାୟ, ଛବି ମଲ୍ଲିକଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ଥିଲେ ।

Nalco
Leave A Reply