Odisha news

ଶାରୀରିକ ବିକଳାଙ୍ଗ ଯୁବତୀ ନାଳରେ ପଡ଼ି ମୃତ

0

ଫୁଲବାଣୀ(ସନ୍ତୋଷ ମିଶ୍ର):କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ସୁଜେଲି ଗ୍ରାମର ଶାରିରୀକ ବିକଳାଙ୍କ ଯୁବତୀ ମିନତୀ ସାହୁ (୨୫) ଆଜି ଗ୍ରାମର ଏକ ନାଳରେ ପଡ଼ି ମୃତୁ୍ୟବରଣ କରିଥିବାର ଜଣାଯାଇଛି । ଏହାକୁ ନେଇ ସମଗ୍ର ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଗ୍ରାମର ନିଳାମ୍ବର ସାହୁଙ୍କ ଝିଅ ମିନତୀ ଜରେ କୁଆଡ଼େ ଫିଡ଼ସ୍ (ଅପସ୍ମାରକ)ରୋଗୀ ।

ଆଜି ସକାଳ ପ୍ରାୟ ୮ଟା ସମୟରେ ସୁଜେଲିର ଜଡ଼ିମାହା ନାଳକୁ ଯାଇଥିବା ସମୟରେ ତାଙ୍କର ଫିଡ଼ସ୍ ରୋଗ ହୋଇଯିବାରୁ ସେ ପାଣିରେ ବୁଡ଼ି ମୃତୁ୍ୟବରଣ କରିଥିବାର ଜଣାଯାଇଚି । ଖବର ପାଇ ଘଟଣା ସ୍ଥଳରେ ଖଜୁରିପଡ଼ା ପୁଲିସ୍ ପହଞ୍ଚି ମୃତ ଶରୀରକୁ ଜବତ କରବା ସହିତ ବ୍ୟବଚ୍ଚେଦ ପରେ ପରବାରକୁ ହସ୍ତାନ୍ତର କରିଛନ୍ତି । ଏନେଇ କେସ ନଂ ୧/୨୧ରେ ଏକ ଅପମୃତୁ୍ୟ ମାମଲା ରୁଜୁକରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଥିବା ବେଳେ ଘଟଣାରେ ତଦନ୍ତ ଅଧିକାରୀ ସୁବାଷ ଚନ୍ଦ୍ର ପ୍ରଧନା ଚଳାଇଛନ୍ତି ।

Nalco
Leave A Reply