ତିହିଡି(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ହରିସିହପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଗୁରୁବାର ସନ୍ଧ୍ୟାରେ ପୀରହାଟ କାଳୀପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାମନବିନ୍ଧା ପଞ୍ଚାୟତ ସରପଞ୍ଚ ଅମର ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଯୋଗଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯାଇଛି ଏବଂ ଆଗକୁ ଏହି ବିକାଶ ଧାରା ଚାଲୁ ରହିବ ବୋଲି ମତ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ସରପଞ୍ଚ ଅଯୋଧ୍ୟାରାଣୀ ଯେନା, ସନାତନ ବାରିକ, ମାନସ ରଞ୍ଜନ ସାହୁ, ପଞ୍ଚାୟତ ସଭାପତି ଯଦୁନାଥ ପାଣିଗ୍ରାହୀ, ଆନନ୍ଦ ପାଣିଗ୍ରାହୀ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ବିଶ୍ୱାଳ, ସରପଞ୍ଚଙ୍କ ପ୍ରତିନିଧି ପାର୍ଥସାରଥି ନାୟକ, ସମିତିସଭ୍ୟଙ୍କ ପ୍ରତିନିଧି ମହେଶ୍ୱର ଯେନା, ଯୁବ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଯୁବ ନେତା ଅକ୍ଷୟ ସେଠୀ, ହିମାଦ୍ରୀ ମିଶ୍ର, ଚିନୁ ମିଶ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ହରିସଂହପୁର ପଞ୍ଚାୟତ ସମିତିସଭ୍ୟା ପ୍ରମିଳା ଯେନା ଓ ତାଙ୍କ ସ୍ୱାମୀ ମହେଶ୍ୱର ଯେନାଙ୍କ ସମେତ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଦିବାକର ଖଟୁଆ ଏବଂ ଆଉ କେତେକ ବ୍ୟକ୍ତି ଅନ୍ୟ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ ।
