Odisha news

ରାଜ୍ୟକୁ ଭ୍ରଷ୍ଟାଚାର ମୁକ୍ତ କରିବା କଥା ମୁଖ୍ୟମନ୍ତ୍ରୀ କହିବା ଲଙ୍କାରେ ହରି ଶଦ୍ଦ ପରି : ପୃଥୀରାଜ ହରିଚନ୍ଦନ

0

 ବିଜେଡି ସରକାର ଭ୍ରଷ୍ଟାଚାରକୁ ପୋତ୍ସାହନ ଦେଉଛି
 ଗତ ୧୦-୧୨ ବର୍ଷ ଭିତରେ ରାଜ୍ୟରେ ଡାଲି, ଖଣି, ଜମି, ଜଙ୍ଗଲ, ଚିଟଫଣ୍ଡ, ମନରେଗା, ଆବାସ ଭଳି ଅନେକ ଦୁର୍ନୀତି ବିଜେଡି ସରକାର ଦ୍ୱାରା କରାଯାଇଛି
 କେନ୍ଦ୍ରସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ପାଇବା ପାଇଁ ରାଜ୍ୟସରକାର ରେଷ୍ଟୁରାଂଟର ମେନୁ୍ୟ କାର୍ଡ ପରି ଭ୍ରଷ୍ଟାଚାରର ରେଟ୍ ଚାର୍ଟ ତିଆରି କରିଛନ୍ତି
 ରାଜ୍ୟକୁୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ରାଜ୍ୟସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ
 ମନ୍ତ୍ରୀ, ବିଧାୟକ ଏବଂ ଅଫିସରମାନଙ୍କର ଆୟର ଉସôକୁ ସାର୍ବଜନୀନ କରିବା ସହ ଗତ ୧୦ବର୍ଷରେ କେତେ ସଂପତି ବଢିଛି ତାର ତୁଳନାତ୍ମକ ତଥ୍ୟ ସାର୍ବଜନୀନ କରାଯାଉ
 ମନ୍ତ୍ରୀ ଏବଂ ଅଫିସର ମାନେ ରିଟର୍ଣ୍ଣ ଦେବା ପ୍ରାବଧାନ ଥିବା ସତ୍ୱେ ଅନେକ ମନ୍ତ୍ରୀ ଏବଂ ଅଫିସର ଏହାର ଉଲଘଂନ କରୁଛନ୍ତି
 ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ଅବମାନନା କରିଥିବା ଅଫିସରଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?
ଭୁବନେଶ୍ୱର,ତା.୨୨/୧୨: ଦୀର୍ଘ ୨୧ ବର୍ଷ ଧରି ଦୁର୍ନୀତିକୁ ପୋତ୍ସାହିତ କରିଆସୁଥିବା ବିଜେଡି ସରକାର ଆଜି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଓଡିଶାର ମୁଖ୍ୟମନ୍ତ୍ରୀ ଭ୍ରଷ୍ଟାଚାର ବିରୋଧୀ କଥା କହିବା ଲଙ୍କାରେ ହରିଶଦ୍ଦ ଶୁଣିବା ଭଳି । ଗତ ୧୦-୧୨ ବର୍ଷ ଭିତରେ ରାଜ୍ୟରେ ଡାଲି, ଖଣି, ଜମି, ଜଙ୍ଗଲ, ଚିଟଫଣ୍ଡ, ମନରେଗା, ଆବାସ ଭଳି ଅନେକ ଦୁର୍ନୀତି ବିଜେଡି ସରକାର ଦ୍ୱାରା କରାଯାଇଛି । ସରକାରରେ ଥିବା ମନ୍ତ୍ରୀ, ବିଧାୟକ ଏବଂ ଉଚପଦସ୍ଥ ଅଧିକାରୀମାନେ ଏହି ଦୁର୍ନୀତିରେ ସାମିଲ ଥିଲେ ସୁଦ୍ଧା ନବୀନ ବାବୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଏସବୁ ଦୁର୍ନୀତିରେ କିଏ ଦୋଷୀ ହେଲେ, କିଏ ଧରାପଡିଲା, ଖଣି ଦୁର୍ନୀତି ଓ ଚିଟଫଣ୍ଡ ଦୁର୍ନୀତିରେ କିଏ ଦୋଷୀ ପ୍ରମାଣିତ ହେଲା କାହା ବିରୁଦ୍ଧରେ ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ନେଲେ ତାର ଉତର ଦେବେ କି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଦାବି କରିଛନ୍ତି ।
କେନ୍ଦ୍ରସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ପାଇବା ପାଇଁ ରାଜ୍ୟସରକାର ରେଷ୍ଟୁରାଂଟର ମେନୁ୍ୟ କାର୍ଡ ପରି ଭ୍ରଷ୍ଟାଚାରର ରେଟ ଚାର୍ଟ ତିଆରି କରିଛନ୍ତି । ବିଜେଡି ବିଧାୟକ ମାନେ ୫ ପ୍ରତିଶତ ନନେଲେ କାମ ଦେଉନାହାଁନ୍ତି । ରାଜ୍ୟର ପ୍ରତିଟି ଗାଁରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ୨୦ ହଜାର ଟଙ୍କା, ସାମାଜିକ ସୁରକ୍ଷା ଭତା ପାଇଁ ୨ ହଜାର ଟଙ୍କା, ରାସନ କାର୍ଡ ପାଇଁ ୨ ହଜାର ଟଙ୍କା ପିସି ନଦେଲେ ହିତାଧିକାରୀ ଏସବୁ ଯୋଜନାରୁ ବଂଚିତ ରହୁଛନ୍ତି । ବିଜେଡି ସରକାର ଭ୍ରଷ୍ଟାଚାରକୁ ପୋତ୍ସାହନ ଦେଉଛି । ଏବେ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ଅଜଣା ଲୋକଙ୍କ ନାଁରେ ବେନାମୀ ସଂପତି କିଣିବା ଆରମ୍ଭ କରିଛନ୍ତି । ସେଗୁଡିକର ତଦନ୍ତ କରିବା ପାଇଁ ରାଜ୍ୟସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ରାଜ୍ୟକୁୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ରାଜ୍ୟସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । ମନ୍ତ୍ରୀ ଏବଂ ଅଫିସର ମାନେ ରିଟର୍ଣ୍ଣ ଦେବା ପ୍ରାବଧାନ ପୂର୍ବରୁ ଥିଲା । ଅନେକ ମନ୍ତ୍ରୀ ଏବଂ ଅଫିସର ଏହାର ଉଲଘଂନ କରୁଛନ୍ତି । ସେ ବାବଦରେ ମୁଖ୍ୟମନ୍ତ୍ରୀ କେବେ ତର୍ଜମା କରଛନ୍ତି କି ? ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ଅବମାନନା କରିଛନ୍ତି ସେମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯଦି ମୁଖ୍ୟମନ୍ତ୍ରୀ ରାଜ୍ୟରୁ ବାସ୍ତବରେ ଭ୍ରଷ୍ଟାଚାରକୁ ହଟାଇବାକୁ ଚାହୁଁଛନ୍ତି ତେବେ ମନ୍ତ୍ରୀ, ବିଧାୟକ ଏବଂ ଅଫିସରମାନଙ୍କର ଆୟର ଉସôକୁ ସାର୍ବଜନୀନ କରିବା ସହ ଗତ ୧୦ବର୍ଷରେ କେତେ ସଂପତି ବଢିଛି ତାର ତୁଳନାତ୍ମକ ତଥ୍ୟ ସାର୍ବଜନୀନ କରିବା ପାଇଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଦାବି କରିଛନ୍ତି ।
କେଉଁ ନେତାଙ୍କ ନାଁରେ କେତେ ବେନାମୀ ସଂପତି ଅଛି ସେଗୁଡିକ ତଦନ୍ତ କରି ବେନାମୀ ସଂପତି ଆକ୍ଟ ଅନୁଯାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କର ୧୦ ବର୍ଷର ସଂପତି ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

Leave A Reply