ବିରୋଧୀଙ୍କୁ ଆକ୍ରମଣ କରି ରାଜ୍ୟରେ ଆତଙ୍କରାଜ ଚଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃମମୂଳ କଂଗ୍ରେସ କର୍ମୀମାନେ ଭୟଭୀତ ହୋଇପଡିଛନ୍ତି
ରାଜନୈତିକ ଆକ୍ରୋଶ ମନୋଭାବ ରଖି ହିଂସା ମାଧ୍ୟମରେ ବିରୋଧୀଙ୍କୁ ଆକ୍ରମଣ କଲେ ଆଗାମୀ ଦିନରେ ପଶ୍ଚିମବଙ୍ଗର ଶାନ୍ତିପ୍ରିୟ ଜନତା ଏହାର ଜବାବ ଦେବେ
ଯଦି ତୃଣମୂଳ କର୍ମୀମାନେ ଏଭଳି ଭୁଲକୁ ବାରମ୍ବାର ଦୋହରାନ୍ତି ତେବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଦେଶବ୍ୟାପୀ ଏହାର ଦୃଢ ପ୍ରତିବାଦ କରିବେ
ଭୁବନେଶ୍ୱର,ତା.୧୧/୧୨: ପଶ୍ଚିମ ବଙ୍ଗରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣଭାବେ ଭୁଷୁଡି ପଡିଛି । ପୋଲିସ ଉପସ୍ଥିତିରେ ବିରୋଧୀଙ୍କୁ ଆକ୍ରମଣ କରି ରାଜ୍ୟରେ ଆତଙ୍କରାଜ ଚଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗୁରୁବାର ଦିନ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କ ଗାଡି ଉପରକୁ ତୃଣମୂଳ କଂଗ୍ରେସର କର୍ମୀମାନେ ପଥର ଫିଙ୍ଗି ଆକ୍ରମଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେହିପରି ବିଜେପି ମହାସଚିବ କୈଳାସ ବିଜୟଭର୍ଗିୟ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଶିବ ପ୍ରକାଶ ଏବଂ ସଂଜୟ ମୟୁଖଙ୍କ ଗାଡି ଉପରକୁ ଢେଲା ମାଡ କରି ମରଣାନ୍ତକ ଆକ୍ରମଣ କରିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃମମୂଳ କଂଗ୍ରେସ କର୍ମୀମାନେ ଭୟଭୀତ ହୋଇପଡିଛନ୍ତି । ଗଣତନ୍ତ୍ରରେ ରାଜନୈତିକ ଆକ୍ରୋଶମୂଳକ ଆକ୍ରମଣକୁ ବିଜେପି ଯୁବମୋର୍ଚ୍ଚା ଦୃଢ ନିନ୍ଦା କରିବା ସହ ମାଷ୍ଟରକ୍ୟାଂଟିନ ଛକ ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଶପୁତଳିକା ଦାହ କରାଯାଇଛି ।
ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ରାଜନୈତିକ ଆକ୍ରୋଶ ମନୋଭାବ ରଖି ହିଂସା ମାଧ୍ୟମରେ ବିରୋଧୀଙ୍କୁ ଆକ୍ରମଣ କଲେ ଆଗାମୀ ଦିନରେ ପଶ୍ଚିମବଙ୍ଗର ଶାନ୍ତିପ୍ରିୟ ଜନତା ଏହାର ଜବାବ ଦେବେ । ଯେବେ ଶାସକ ଦଳକୁ ଲୋକମାନେ ପ୍ରତ୍ୟାଖାନ କରିବା ଆରମ୍ଭ କରନ୍ତି ସେମାନେ ବିଳିବିଳାଇ ପ୍ରାୟୋଜିତ ହିଂସାକୁ ଆପଣାଇଥାନ୍ତି । ଗତକାଲିର ହିଂସା ଆଗାମୀ ଦିନରେ ରାଜ୍ୟରେ ସରକାର ପରିବର୍ତନର ଆଭାସ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ।
ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ଏଥିରେ ଭୟଭୀତ ହୋଇ ଯଦି ତୃଣମୂଳ କର୍ମୀମାନେ ଏଭଳି ଭୁଲକୁ ବାରମ୍ବାର ଦୋହରାନ୍ତି ତେବେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଦେଶବ୍ୟାପୀ ଏହାର ଦୃଢ ପ୍ରତିବାଦ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି ।
ଏହି ବିକ୍ଷୋଭ ସମୟରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ସୁଜିତ ସାହୁ, ପ୍ରମୋଦ ପଣ୍ଡା ଏବଂ ସତ୍ୟଜିତ ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।