Odisha news

ମହାରାଷ୍ଟ୍ର ରାଜନୀତିରେ ଅଜିତ୍ ପାୱାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ: ମନମୋହନ ସାମଲ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ

0

 ମହାରାଷ୍ଟ୍ର ତଥା ଦେଶର ରାଜନୀତିରେ ବିରାଟ କ୍ଷତି ଏବଂ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି

ଭୁବନେଶ୍ୱର, ତା.୨୮/୦୧: ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ୍ ପାୱାରଙ୍କ ସମେତ ସାଙ୍ଗରେ ଥିବା ସଦସ୍ୟ ଓ ସୁୁରକ୍ଷା କର୍ମୀଙ୍କ ଆଜି ବିମାନ ଦୁର୍ଘଟଣାରେ ଅକାଳ ବିଯୋଗ ଘଟିଛି । ଏହା ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଘଟଣା । ସ୍ୱର୍ଗତଃ ପାୱାର ଦୀର୍ଘ ୪ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ । ସେ ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମହାରାଷ୍ଟ୍ର ରାଜନୀତିରେ ସ୍ୱର୍ଗତଃ ପାୱାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ମହାରାଷ୍ଟ୍ର ତଥା ଦେଶର ରାଜନୀତିରେ ବିରାଟ କ୍ଷତି ହେବା ସହ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିବା ସହ ଶୋକବ୍ୟକ୍ତ କରିଛନ୍ତି ।
ପରଲୋକଗତ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

 

Leave A Reply