ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଦାନର ମତଗଣନା ଜାରି ରହିଛି। ଧୀରେଧୀରେ ଏହାର ଫଳାଫଳ ଆସୁଛି। ଭଦ୍ରକ ଜିଲ୍ଲା ଧାମନଗରର ଯୁବନେତା ପୁଣି ବିଜୟୀ ହୋଇଛନ୍ତି। ଉପନିର୍ବାଚନରେ ବିଜୟ ହାସଲ ପରେ ସେ ପଛକୁ ଫେରି ନାହାନ୍ତି। ଧାମନଗରବାସୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଆଶୀର୍ବାଦ କରିଛନ୍ତି। ସେ ୮୧୦୨ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି।
ସେହିପରି ଖୋର୍ଦ୍ଧାରେ ବିଜେଡିର ହ୍ୟାଟ୍ରିକ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ସେ ହରାଇଛନ୍ତି। ଖୋର୍ଦ୍ଧା ଇତିହାସରେ ବିଜେପିର ଏହା ପ୍ରଥମ ବିଜୟ ହୋଇଛି। ଗଲା ୨୫ତାରିଖରେ ଜେଲ ଯାଇଥିବା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହେଲା ପରେ ଖୋର୍ଦ୍ଧାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ବିଜେପି ପ୍ରାର୍ଥୀ ଅଗସ୍ତି ବେହେରା ବିଜୟୀ ହୋଇଥିବା ବେଳେ ଆଠମଲ୍ଲିକରୁ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ବିଜୟୀ ହୋଇଛନ୍ତି। ପୁରୀ ବିଧାନସଭା ଆସନରୁ ସୁନୀଲ ମହାନ୍ତି ବିଜୟୀ ହୋଇଛନ୍ତି।