Odisha news

ପ୍ରଧାନମନ୍ତ୍ରୀ “ପିଏମ୍ ବିଶ୍ୱକର୍ମା ଯୋଜନା”ର ଶୁଭାରମ୍ଭ “ଲୋକାଲ୍ ହେବ ଗ୍ଲୋବାଲ୍”: ମନମୋହନ ସାମଲ

0

 ବିଶ୍ୱକର୍ମା ଭାଇଭଉଣୀମାନଙ୍କ ସମ୍ମାନ ରକ୍ଷା କରିବା, ସାମର୍ଥ ବୃଦ୍ଧି କରିବା ଏବଂ ସମୃଦ୍ଧି ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିନମ୍ର ପ୍ରୟାସ
 ଜନସେବା କେନ୍ଦ୍ରରେ “ବିଶ୍ୱକର୍ମା ଯୋଜନା”ର ନାମ ପଞ୍ଜିକରଣ କରାଯିବ
 ଗ୍ରାମୀଣ ଆର୍ଥôକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ “ପିଏମ୍ ବିଶ୍ୱକର୍ମା ଯୋଜନା”ର
 ୫ଟ୍ରିଲିୟନ ଡଲାର ଅର୍ଥନୀତିରେ ବିଶେଷ ଅବଦାନ ରହିବ “ପିଏମ୍ ବିଶ୍ୱକର୍ମା ଯୋଜନା”
 ପୁରୀ ଶ୍ରୀମନ୍ଦିରର ସେବାୟତ ତଥା ମହାପ୍ରଭୁଙ୍କୁ ବିଭିନ୍ନ ବେଶ କରାଉଥିବା ବସନ୍ତ ରଣାଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ଦେଲେ ମୋଦିଜୀ

ଭୁବନେଶ୍ୱର / କୋରାପୁଟ, ତା.୧୭/୦୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଜି ୭୩ତମ ଜନ୍ମଦିନ । ଏହି ଅବସରରେ ମୋଦିଜୀ ନୂଆଦିଲ୍ଲୀ ସ୍ଥିତ ଦ୍ୱାରକା ସେକ୍ଟର-୨୧ଠାରେ ଥିବା ନବନିର୍ମିତ “ଯଶୋଭୂମି”ରୁ “ବିଶ୍ୱକର୍ମା ଯୋଜନା”ର ଶୁଭାରମ୍ଭ କରିଛନ୍ତି । ପାରମ୍ପରିକ ବୃତିକୁ ଆପଣାଇ ଯେଉଁମାନେ ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କ କୌଶଳ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ “ବିଶ୍ୱକର୍ମା ଯୋଜନା”ରେ ଆର୍ଥôକ ସହାୟତା ଯୋଗାଇ ଦେଇଛନ୍ତି ମୋଦି । ଏହି ଅବସରରେ ଓଡ଼ିଶା ୁରୀ ଶ୍ରୀମନ୍ଦିରର ସେବାୟତ ତଥା ମହାପ୍ରଭୁଙ୍କୁ ବିଭିନ୍ନ ବେଶ କରାଉଥିବା ବସନ୍ତ ରଣାଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ମୋଦି ଦେଇଛନ୍ତି । ଓଡ଼ିଶାର ଗ୍ରାମାଂଚଳର ଲୋକେ କୌଳିକ ବୃତି କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ସେମାନେ ଏବେ ନିଜର କୈଳିକ ବୃତିକୁ ଦେଶ, ବିଦେଶ ତଥା ବିଶ୍ୱଦରବାରରେ ପ୍ରତିଷ୍ଠିତ କରି ନିଜର ଆର୍ଥôକ ମେରୁଦଣ୍ଡକୁ ସୁଦୃଢ଼ କରିପାରିବେ । ଲୋକାଲ୍ କୁ ଗ୍ଲୋବାଲ କରିବା ଆହ୍ୱାନ ମୋଦିଜୀ ପ୍ରଥମରୁ ଦେଇଆସିଛନ୍ତି । ଗରୀବଙ୍କ ପାଇଁ ମୋଦିଜୀ ଏଭଳି ପ୍ରୟାସ କରିଥିବାରୁ ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଆଜି ଓଡ଼ିଶାର କୋରାପୁଟ ଜିଲ୍ଲା କୋଟପାଡରେ ରାଜ୍ୟ ସଭାପତି ମନମୋହନ ସାମଲ “ବିଶ୍ୱକର୍ମା ଯୋଜନା” ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ବିଶ୍ୱକର୍ମା ଭାଇଭଉଣୀମାନଙ୍କ ସମ୍ମାନ ରକ୍ଷା କରିବା, ସାମର୍ଥ ବୃଦ୍ଧି କରିବା ଏବଂ ସମୃଦ୍ଧି ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଏହା ବିନମ୍ର ପ୍ରୟାସ । ଗ୍ରାମୀଣ ଆର୍ଥôକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ “ପିଏମ୍ ବିଶ୍ୱକର୍ମା ଯୋଜନା” । ଏହାଛଡା ଭାରତବର୍ଷର ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ଏହି ଯୋଜନାର ବିଶେଷ ଅବଦାନ ରହିବ । ଜନସେବା କେନ୍ଦ୍ରରେ ଯୋଗ୍ୟ ହିତାଧିକାରୀମାନେ “ବିଶ୍ୱକର୍ମା ଯୋଜନା”ରେ ନାମ ପଞ୍ଜିକରଣ କରି ଏହି ଯୋଜନାରୁ ଲାଭ ଉଠାଇପାରିବେ ।
ଓଡ଼ିଶାରୁ ପ୍ରାୟ ଲକ୍ଷାଧିକ କାରିଗର ପରିବାର ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଉପକୃତ ହେବେ । ଏହି ବିଶ୍ୱକର୍ମା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପାରିକ ବୃତିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଗୁଡିକ ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ର ନିର୍ମାତା, କମାର, ହାତୁଡି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତି କାରିଗର, ପଥର କଟାଳି, ମୋଚି, ରାଜମିସ୍ତ୍ରୀ, ମସିଣା/ଝାଡୁ/କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର(ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା ଓଡ଼ିଶାରେ ପଛୁଆ ବର୍ଗର ବହୁ ମହିଳା ଯେଉଁମାନେ ନିଜେ ଓ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି କାମ ଗୁଡିକୁ କରୁଛନ୍ତି, ସେମାନେ ଏହି ଯୋଜନାରୁ ଲାଭାନ୍ୱିତ ହେବା ସହ ବିଶ୍ୱଦରବାରରେ ନିଜର ନାମ ଏବଂ କୈାଳିକ ବୃତିକୁ ପ୍ରତିଷ୍ଠିତ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ ବୋଲି ଶ୍ରୀ ସାମଲ କହିଛନ୍ତି ।
“ବିଶ୍ୱକର୍ମା ଯୋଜନା”ରେ କାରିଗରଙ୍କୁ ପରିଚୟ ପତ୍ର ଏବଂ ସାର୍ଟିଫିକେଟ ମିଳିବ । ସେମାନଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ବିହୀନ ଋଣ, ସାଜ ସରଞ୍ଜାମ ପାଇଁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଦକ୍ଷତା ପ୍ରଶିକ୍ଷଣ ଓ ଏ ସମୟରେ ଦୈନିକ ୫ଶହ ଟଙ୍କାର ଭତା, ବିପଣନ ସହାୟତା ଯୋଗାଇ ଦିଆଯିବ । ଏଥିଲାଗି ଦେଶର ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାଦ୍ୱାରା ୫ବର୍ଷରେ ୩୦ଲକ୍ଷ କାରିଗର ପରିବାର ଉପକୃତ ହେବେ । ଏହି କୁଶଳୀ କାରିଗରମାନେ ପରବର୍ତୀ ସମୟରେ ନିଯୁକ୍ତିଦାତା ହୋଇପାରିବେ । ଭାରତୀୟ ମାଷ୍ଟର ଓ ପାରମ୍ପାରିକ ବୁଣାକାର ଆଦିବାସୀ ହସ୍ତଶିଳ୍ପ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକରଙ୍କୁ ସମ୍ମାନିତ କରିଛନ୍ତି ଶ୍ରୀ ସାମଲ ।
ଓଡ଼ିଶାର ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୁରୀରେ କେନ୍ଦ୍ରମନ୍ତ୍ରୀ ମୁଞ୍ଜାପରା ମହେନ୍ଦ୍ର ଭାଇ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା, ଯାଜପୁରର କୁଆଖିଆ ଠାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବାଲେଶ୍ୱରରେ ସାଂସଦ ପ୍ରତାପ ଷଡଙ୍ଗୀ, ବଲାଙ୍ଗିରରରେ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସାଂସଦ ସଙ୍ଗୀତା ସିଂହଦେଓ; ନୂଆପଡାରେ ସାଂସଦ ବସନ୍ତ ପଣ୍ଡା, ବରଗଡରେ ସାଂସଦ ସୁରେଶ ପୂଜାରୀ, ନୟାଗଡରେ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, କେନ୍ଦୁଝରରେ ବିଧାୟକ ମୋହନ ମାଝୀ, ଢେଙ୍କାନାଳରେ ଡା.ଲେଖାଶ୍ରୀ ସାମନ୍ତସିଂହାର, ସୁନ୍ଦରଗଡରେ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ, ବିଧାୟକ ଭବାନି ଭୋଇ, କଟକରେ ସଜ୍ଜନ ଶର୍ମା, ସୁରଥ ବିଶ୍ୱାଳ, ପ୍ରକାଶ ବେହେରା ଓ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ମିଶି ମୋଦିଜୀଙ୍କ “ବିଶ୍ୱକର୍ମା ଯୋଜନା”ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

Leave A Reply