Odisha news

ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ

0
ସାଲେପୁର,୩୦/୧୧:-ଆଜି ସାଲେପୁର ମଧୁସୂଦନ ମଣ୍ଡପ ପରିସରରେ ଚନ୍ଦ୍ରାଦେଇପୁର ପଞ୍ଚାୟତ ବିଜୁ ଜନତା ଦଳର ନୂତନ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି l ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ଚନ୍ଦ୍ରାଦେଇପୁର ସମିତିସଭ୍ୟା ପୁଷ୍ପିତା ଭୂୟାଁ, ପଞ୍ଚାୟତ ମିଶନଶକ୍ତି ସଭାନେତ୍ରୀ ପୁଷ୍ପଲତା କର, ସମ୍ପାଦିକା ସଂଯୁକ୍ତା ଭୂୟାଁ ଅତିଥି ଭାବେ ଯୋଗଦେଇ ପଞ୍ଚାୟତର ବିକାଶ ସହିତ ବିଜେଡିକୁ ପଞ୍ଚାୟତ ସ୍ତରରେ କିଭଳି ମଜଭୁତ କରାଯିବ ଆଲୋଚନା କରିଥିଲେ ।ପାଞ୍ଚଦିନ ମଧ୍ୟରେ ଘରକୁ ଘର ବୁଲି ସଭ୍ୟ ସଂଗ୍ରହ ଅଭିଯାନ କାଯ୍ୟକ୍ରମ ସମାପ୍ତ କରାଯିବ ବୋଲି ଉପସ୍ଥିତ ଦଳୀୟ ବରିଷ୍ଠ କର୍ମୀ ମାନେ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ନାୟବ ସରପଞ୍ଚ ଜଗବନ୍ଧୁ ସାହୁ, ସୋମ୍ୟରଞ୍ଜନ ମଲ୍ଲ,ଲାଲୁ ବିଶ୍ୱାଳ,କୀର୍ତ୍ତି ରଞ୍ଜନ ତ୍ରିପାଠୀ, ବିଭୁ ପ୍ରସାଦ ଦାଶ, ମହେଶ୍ୱର ଦାସ, ଦାମଦର ମଲ୍ଲିକ, ପ୍ରେମାଲତା ଦାସ, ଭାରତୀ ଭୂୟାଁ, ଦେବଜ୍ୟୋତି ମହାନ୍ତି, ଜୟନ୍ତୀ ଭୂୟାଁ,ରେଣୁକା ଜେନା ଓ ଅନ୍ନପୂର୍ଣ୍ଣା ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
Leave A Reply