Odisha news

ବିଜେଡି ଘୋଷଣା କଲା ଚତୁର୍ଥ ପ୍ରାଥୀ ତାଲିକା , ଜଣାନ୍ତୁ କୋଉ ଆସନରୁ କିଏ ପ୍ରାଥୀ ହେଲେ

0

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜୁ ଜନତା ଦଳ (ବିଜେଡି) ଗୁରୁବାର ସନ୍ଧ୍ୟାରେ ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଲୋକସଭା କ୍ଷେତ୍ର ପାଇଁ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଟିକେଟ୍‌ ଦେଇଛନ୍ତି। ସେହିପରି ଭୁବନେଶ୍ବର (ମଧ୍ୟ)ରୁ ଅନନ୍ତ ନାରାୟଣ ଜେନା (ବୁନୁ)ଙ୍କୁ ଟିକେଟ୍‌ ଦେଇଛନ୍ତି। ବିଜେଡି ଏହି ପର୍ଯ୍ୟାୟରେ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୩୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିବା ଅବସରରେ ଲେଖାଶ୍ରୀଙ୍କ ଉପରେ ଭରସା ରଖିଛନ୍ତି। ସେହିପରି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଚତୁର୍ଥ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ଲକ୍ଷ୍ମୀପୁରରେ ପ୍ରଭୁ ଜାନି, ପାରାଦୀପରେ ଗୀତାଞ୍ଜଳି ରାଉତରାୟ, ସମ୍ବଲପୁରରେ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲରେ ରୋହିତ ପୂଜାରୀ, ତେଲକୋଇରେ ମାଧବ ସର୍ଦ୍ଦାର, ତାଳଚେରରେ ବ୍ରଜ ପ୍ରଧାନ, ନର୍ଲାରେ ମନୋରମା ମହାନ୍ତି ଓ ବାଲିଗୁଡ଼ାରେ ଚକ୍ରମଣି କହଁରଙ୍କୁ ଟିକେଟ୍‌ ମିଳିଛି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ୩ଟି ପର୍ଯ୍ୟାୟରେ ୨୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିଲା। ସେହିପରି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨, ଦ୍ବିତୀୟ ପର୍ଯ୍ୟାୟରେ ୨୭ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

Govt
Leave A Reply