Odisha news

ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ।

0
ଆଠଗଡ଼ ତା ୨-୧୦-୨୩ ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଉପଲକ୍ଷେ ଆଠଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସକାଳୁ ସହରର ବିଭିନ୍ନ ସ୍ଥାନରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଆଠଗଡ଼ ଡ଼ାକ୍ତରଖାନା ରେ ରୋଗୀମାନଙ୍କୁ ଓ ରାହାଙ୍ଗୁଳ ଆଶ୍ରମ ସ୍ଲୁଲ ଛାତ୍ରଛାତ୍ରୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ମୋ ପରିବାର ଆନୁକୂଲ୍ୟରେ ରାଧାକୃଷ୍ଣ ପୁର ପଞ୍ଚାୟତ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ରେ ଆଠଗଡ଼ ବସଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭାରେ ଯୁବ ସମାଜସେବୀ ଆଦିତ୍ୟ ପ୍ରତାପ ସ୍ଵାଇଁ ଯୋଗଦେଇ ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଗାନ୍ଧୀ ଦର୍ଶନ ପୁସ୍ତକ ବଣ୍ଟନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ନଗରପାଳ ସସ୍ମିତା ରାଉତ, ଶିଶିର ମାନସିଂହ, ଲଳିତେନ୍ଦୁ ସେନାପତି, ପଦିପ୍ତ ଦାସ, ସତ୍ୟ ପ୍ରିୟ ମହାନ୍ତି, ମହମ୍ମଦ ଖଲିଦ,ବିପିନ ବିହାରୀ ପ୍ରଧାନ ପ୍ରମୁଖ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ସ୍ମୃତି ଚାରଣ କରିଥିଲେ।
Nalco
Leave A Reply