Odisha news

ସଞ୍ଜୟ ଅଗ୍ରୱାଲ ରାଜ୍ୟ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ

0

ଗରଦପୁର : ବିଜୁ ଜନତା ଦଳର ଉଚ୍ଚ କ୍ଷମତା ସଂପନ୍ନ ନୀତି ନିର୍ଦ୍ଧାରଣ କମିଟି ଭାବରେ ପରିଚିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିକୁ ବିଜେଡି ନେତା ସଞ୍ଜୟ ଅଗ୍ରୱାଲ ମନୋନୀତ ହୋଇଛନ୍ତି । ଏନେଇ ପାଟକୁରା ବିଜୁ ଜନତା ଦଳରେ ଉତ୍ସାହ ଓ ଆନନ୍ଦ ବଢିବାରେ ଲାଗିଛି । ଅଗ୍ରୱାଲ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ ହେବା ଯୋଗୁଁ ପାଟକୁରାର ବିଜେଡି ସଂଗଠନ ମଜଭୁତ ହେବା ସହିତ ଆଗାମୀ ଦିନରେ ପାଟକୁରାରେ ବିଜେଡି ଅଗ୍ରଗତି କରିବ ବୋଲି କର୍ମୀଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି । ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଞ୍ଜୟଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପାଟକୁରା ବିଧାନସଭା କ୍ଷେତ୍ର କ୍ରିୟାଶୀଳ ହେବା ସହିତ ବିକାଶ ହୋଇପାରିବ ବୋଲି କର୍ମୀଙ୍କ ମହଲରେ ଆଲୋଚନା ହେଉଛି । ପ୍ରକାଶକି ସଞ୍ଜୟ ଅଗ୍ରୱାଲ ପୂର୍ବତନ ବିଧାୟକ ସ୍ୱର୍ଗତ୍ ବେଦପ୍ରକାଶ ଅଗ୍ରୱାଲ ଏବଂ ବର୍ତମାନ ପାଟକୁରାର ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସୁପୁତ୍ର ଅଟନ୍ତି । ତାଙ୍କ ନେତୃତ୍ୱରେ ଗତ ନିର୍ବାଚନରେ ପାଟକୁରା ବିଧାନସଭା କ୍ଷେତ୍ରରେ ବିଜେଡି ବହୁ ଭୋଟରେ ବିଜୟୀ ହୋଇପାରିଥିଲା । ଏହାଛଡା ଆସନ୍ତା ପଂ·ୟତ ନିର୍ବାଚନରେ ସମଗ୍ର ପାଟକୁରାରେ ବିଜେଡିର ସଂଗଠନ ଉତରୋତର ଉନ୍ନତି ହୋଇପାରିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତେବେ ସଂଜୟ ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତକୁ ହେବା ନେଇ ପାଟକୁରା ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply