ଡେରାବିଶ : ବିରୂପା ନଦୀରେ ବନ୍ୟାଜଳ ଆସିବା ଫଳରେ ଗତ ମାସ ଅଗଷ୍ଟ ମାସ ୨୮ ତାରିଖରେ ଡେରାବିଶ ବ୍ଳକ ଅନ୍ତର୍ଗତ ବେଣୀପୁର ପଂଚାୟତର ବେଣୀପୁର ଗ୍ରାମ ନିକଟରେ ନଦୀବନ୍ଧରେ ୧୦୦ଫୁଟରୁ ଉଦ୍ଧ୍ୱର୍ ଘାଇ ସୃଷ୍ଟିହୋଇ ଗ୍ରାମରେ ୧୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହୋଇଥିଲା । ଫଳରେ ଏହି ଗ୍ରାମରେ ଥିବା ୫ଟି ୱାର୍ଡ଼ର ୫୦୦ରୁ ଉଦ୍ଧ୍ୱର୍ ପରିବାର ଏବଂ ୩୦୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଜଳବନ୍ଦୀ ହୋଇରହିଥିଲେ । ଗ୍ରାମର ସମସ୍ତ କଚ୍ଚାଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପରେ ନଦୀରୁ ବନ୍ୟାଜଳ ହ୍ରାସ ପାଇବାରୁ ସରକାରଙ୍କ ତରଫରୁ ଘାଇକୁ ଯୁଦ୍ଧକାଳୀନ ଭିତରେ ବହ୍ଲା ଓ ବାଲିବସ୍ତା ଦ୍ୱାରା ବନେ୍ଧଇ ଦିଆଯାଇଥିଲା ।
ଏବେ ମଧ୍ୟ ଗ୍ରାମର ଖାଲୁଆ ସ୍ଥାନମାନଙ୍କରେ ପାଣି ଜମିରହିଛି । ହେଲେ ଆଜି ପୂର୍ବାହ୍ନରୁ ହଠାତ୍୍ ବିରୂପା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ବିଭାଗ ତରଫରୁ ଘାଇ ସ୍ଥାନରେ ବାଲିବସ୍ତାର ଉଚ୍ଚତା ବଢ଼ାଯିବାର ଲାଗିଥିବା ବେଳେ ଅଂଚଳବାସୀ ପୁନର୍ବାର ବନ୍ୟାପାଣି ଗ୍ରାମରେ ପଶିବା ଭୟରେ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି । ରିପୋର୍ଟ ଲେଖାହେଲା ବେଳକୁ ଜଳସ୍ତର ବଢ଼ୁଥିବା ବେଳେ ଘଟଣା ସ୍ଥଳରେକୌଣସି ସରକାରୀ କର୍ମଚାରୀ ଉପସ୍ଥିତ ନଥିବା କିମ୍ବା ଘାଇ ବନ୍ଧାଇବାକୁ ବାଲିବସ୍ତା ମହଜୁଦ୍ ନଥିବାରୁ କାରଣରୁ ଗ୍ରାମବାସୀମାନେ ପୁଣିଏକ ବନ୍ୟାକୁ ସାମନା କରିବେ ବୋଲି ପୂର୍ବତନ ସରପଂଚ ଜ୍ୟୋତିପ୍ରକାଶ ଜେନା, ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ ଓ କେଶବ ଚନ୍ଦ୍ର ସାହୁ ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଛନ୍ତି