Odisha news

ବିରିଆନି ଖାଇବାକୁ ନେଇ ଗଣ୍ଡଗୋଳ ୮ ଆହତ

0

ଭଦ୍ରକ,୩୧ ।୦୭(ଜିପ୍ର):ବିରିଆନି ଖାଇବାକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଳା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗାଁରେ ୨ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏ ନେଇ ସଂଧ୍ୟାରେ ଏହାର ସମାଧାନ ପାଇଁ ଗ୍ରାମରେ ବୈଠକ ବସିଥିଲା ।

ଏତିକି ବେଳେ ଦୁଇଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟି ୮ଜଣ ଗୁରୁତ୍ୱର ଆହତ ହୋଇଥିବା ବଳେ ୫ଟି ବାଇକ୍‍ ଭଙ୍ଗାରୁଜା ହେବାସହ ପରଷ୍ପର ଇଟା,ପଥର ଫିଙ୍ଗିବା ଓ ଘର ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି । ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛନ୍ତି । ତେବେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି

Leave A Reply