Odisha news

ବିଷ୍ଣୁ ଦାସଙ୍କ ଏକାଦଶାହ ପାଳନ ପାଇଁ ବିରିଡି ବିଜଡେିର ପ୍ରସ୍ତୁତି ବୈଠକ

0

ବିରିଡି, ୧୦ା୦୭ ; ପୂର୍ବତନ ମନ୍ତ୍ରୀ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଏକାଦଶାହ ଦିବସ ପାଳନ କରିବା ପାଇଁ ବିରିଡି ବ୍ଲକ ବିଜେଡିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା କାଳନ୍ଦୀ ଚରଣ ବସ୍ତିଆଙ୍କ ପୌରହିତ୍ୟରେ ସ୍ଥାନୀୟ ହାଜିପୁର ଧ୍ୟାନକୁଦ ଠାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବ୍ଲକ ଅଧକ୍ଷ ତଥା ଜିଲ୍ଲା ଉପସଭାପତି ରବି ନାରାୟଣ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା, ନୃଶିଂହ ଚରଣ ଦାଶ, ନେତା୍ରାନନ୍ଦ ପାତ୍ର, ବିଭୂଦତ ସାହୁ, ପବିତ୍ର ପଶାୟତ, ପ୍ରଦିପ୍ତ ଭୂୟାଁ, ମିର ଆଜମିର ଅଲ୍ଲି, ପୀତାମ୍ବର ମହାପାତ୍ର, ଲକ୍ଷ୍ମିଧର ଭୋଇ, ବିଭୁତି ରାୟ, ତୃପ୍ତି ରଂଜନ ରାୟ, ରବି ନାରାୟଣ ସିଂ, ଅଜୟ ଭୋଇ, ସତ୍ୟଭାମା ବେହେରା, ଅମିୟ ରାୟ, ଅକ୍ଷୟ ବ୍ରହ୍ମା, ନିଳକଣ୍ଠ ବେହେରା, ରଶ୍ମି ରଂଜନ ବେହେରା, ତାପସ ଜେନା, ଦାମୋଦର ପାତ୍ର, ଗୋପାଳ ଦାସ, ସୁଦର୍ଶନ ବେଉରା, ସଂଗ୍ରାମ ସେନାପତି, ପ୍ରସାନ୍ତ ବେହେରା, ସନାତନ ବେହେରା, ପ୍ରଦିପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଜିର ବୈଠକରେ ସମ୍ପୁର୍ଣ୍ଣ ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ ନିୟମ କରାଯିବା ସହ ସାମାଜି ଦୂରତା ଏବଂ ମାସ୍କ ବ୍ୟବହାର କରିଥିଲେ ।

ସେହିପରି ବିରିଡି ବ୍ଲକ ସ୍ତରରେ ଏବଂ ସମସ୍ତ ୨୧ ପଂଚାୟତରେ ଆସନ୍ତା ୧୬ ତାରିଖ ଦିନ ସର୍ବ ଦଳୀୟ ସ୍ମୃତି ସଭା ଅନୁଷ୍ଠିତ ହେବ । ଏହାକୁ ସୃଙ୍ଖଳିତ ଓ କୋଭିଡ ନିୟମକୁ ପାଳନ କରାଯାଇ ଏକାଦଶାହ ସ୍ମୃତି ସଭା କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ବ୍ଲକ ସ୍ତରରେ ହେବାକୁ ଥିବା ସର୍ବ ଦଳୀୟ ସଭାରେ ବିଜେଡି କର୍ମକର୍ତାମାନେ ଉପସ୍ଥିତ ରହି ପାଳନ କରିବାକୁ ଥିବା ବେଳେ ପଂଚାୟତ ସ୍ତରରେ ଜନ ପ୍ରତିନିଧି ଓ କର୍ମି ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ଆଜିର ସଭା ପୂର୍ବରୁ ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପାର୍ଥନା କରିଥିଲେ । ଏହି ବୈଠକ ଜିଲ୍ଲା ସଭାପତି ପ୍ରସାନ୍ତ ମୁଦୁଲିଙ୍କ ନିଦେ୍ଧଶରେ କରାଯାଇଥିବା ଜଣାପଡିଛି ।

Leave A Reply