Odisha news

ପୁରଣ ସର୍ବେଶ୍ୱର ବାରିକଙ୍କ ଘରେ ଘଟୁଛି ଭୌତିକ ଅଗ୍ନିକାଣ୍ଡ : ଚାହୁଁ ଚାହୁଁ ଜଳିଯାଉଛି ଧାନ, ହଳା ଘରର ଆସବାପତ୍ର

0

ବିରିଡି, ୦୧ା୦୧ ; ବିରିଡି ଥାନା ଅନ୍ତର୍ଗତ ପୁରଣ ପଂଚାୟତର ପୁରଣ ଗ୍ରାମରେ ସର୍ବେଶ୍ୱର ବାରିକଙ୍କ ଘରେ ଷ୍ଣ ଦିନ ହେବ ଟେକା ପଥର ପଡିବା ସହ ହଠାତ ଅଗଣାରେ ଥୁଆ ହୋଇଥରବା ଧାନ ହଳା ଘର ପାଶ୍ୱରେ ଟଙ୍ଗା ଯାଇଥିବା ପାଲ ଘରର ଖଟ ଓ ଖଟ ଉପରେ ଥିବା ବିଂଛଣା ରେଜେଇ, ତକିଆ, ଆଲଣା ଆଦି ନିଆଲାଗି ହୁତ ହୁତୁ ହୋଇ ଜଳୁଥିବା କଥା ସର୍ବେଶ୍ୱର କହିଛନ୍ତି । ଏହି ଘଟଣା କେମିତି ଘଟୁଛି କିଏ ଘଟାଉଛି ବା କାହାଦ୍ୱାରା ଏହି ଅଗ୍ନିକାଣ୍ଡ ଘଟିଯାଉଛି ସେ ସମ୍ପର୍କରେ କିଛି ସୁରାକ ମିଳୁନଥିବା ବେଳେ ଗୁଣି ଗାରେଡି ୍ୋଗୁଁ ଏହି ଭୌତିକ କାଣ୍ଡ ଘଟୁଥିବା ସନେ୍ଦହ ହେଉଛି । ସୁଚନାରୁ ଜଣାପଡିଛି ଯେ ୩୦ ତାରିଖ ଦିନ ହଠାତ ତାଙ୍କର ଘର ପାଶଯବରେ ଟଙ୍ଗା ଯାଇଥିବା ଏକ ପାଲରେ ନିଆଁ ଲାଗି ଯିବା ସହ ତାହା ଜଳିବାକୁ ଲାଗିଥିଲା ।

ସେହିପରି ଆଜି ସକାଳେ ମଧ୍ୟ ତାଙ୍କ ଅଗଣାରେ ରଖାଯାଇଥିବା ଧାନ ହଳାରେ ନିଆ ଲାଗିଯାଇଥିବାରୁ ଧାନ ହଳା ସବୁ ଜଳିଯିବା ସହ ପ୍ରାୟ ୫ ଗୁଂଠର ଧାନ ପୋଡି ପାଉଁଶ ହୋଇଯାଇଛୀ । ଏଥି ସହିତ ପୁନର୍ବାର ଘରେ ଥିବା ବିଛଣା ବା ରେଜେଇ ତକିଆ ସମେତ ହାଣ୍ଡି, କାଠ ଚେୟାର ଓ ଅନ୍ୟାନ୍ୟ ଆସବାବ ପତ୍ର ଜଳିବାକୁ ଲାଗିଥିଲା । ଏହି ନିଆଁକୁ ପରିବାର ବା ସର୍ବେଶ୍ୱର ତାଙ୍କ ସ୍ତ୍ରୀ ଓ ଝିଅ ଲିଭାଇଥିଲେ ପରେ ବିରିଡି ଅଗ୍ନିଶମ ବିଭାଗ ଗାଡି ଆସି ଘଟଣା ସ୍ଥଳରେ ପହଂଚି ପାଣି ପକାଇବାର ଅବଶିଷ୍ଠ ନିଆଁକୁ ଆୟତ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ୫ ବର୍ଷ ତଳେ ସର୍ବେଶ୍ୱର ଙ୍କ ଚାଳଛପର ଘରେ ହଠାତ ନିଆଁ ଲାଗି ଯିବା ସହ ଘର ସମେତ ଘରେ ଥିବା ଧାନ ଚାଉଳ ଜଳି ଯାଇଥିଲା । ଏବେ ପୁଣି ଏକା ଢଙ୍ଗରେ ଭୌତିକ ଅଗ୍ନିକାଣ୍ଡ ଘଟୁଥିବାରୁ ତାହା ଗୁଣି ଗାରେଡି ହେଉଥିବା ନେଇ ସନେ୍ଦହ କରାଯାଇଛୀ ।

Leave A Reply