ବିରିଡି, ୧୭ା୦୯ ; ବିରିି ବ୍ଲକ ଅନ୍ତର୍ଗତ ଉତରଶାସନ ର ଝରୀ ସାମଲଙ୍କ ସାନ ଝିଅ ଛବି ସାମଲ ସାପ କାମୁଡାରେ ମୃତ୍ୟୁକୁ ଏକ ବର୍ଷ ରୁ ଉର୍ଦ୍ଦ ହେଲାଣି । ମୃତ୍ୟୁ ପୂର୍ବରୁ ଉତରଶାସନ ପଂଚାୟତରେ ଥିବା ସ୍ଥାନୀୟ ଉତରଶାସନ ଇଣ୍ଡିଆନ ବ୍ୟାଙ୍କ ରେ ଛବି ସାମଲ ଜମା କରିଥିବା ପ୍ରଧାନ ମନ୍ତ୍ରୀ ବୀମା ଯୋଜନାରୁ ମିଳିବାକୁ ଥିବା ୨ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ବୀମା ଅର୍ଥ ରାଶି ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ବ୍ୟାଙ୍କ କତୃପକ୍ଷ ପ୍ରଦାନ କରୁନଥିବା ବୃଦ୍ଧ ବାପା ଝରି ସାମଲ ଓ ମା ସରତ ସାମଲ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ଝରି ସାମଲଙ୍କ ଝିଅ ଛବି ସାମଲ ମୃତ୍ୟୁ ପୂର୍ବରୁ ଜଗତସିଂହପୁର (ବେନୁପୁର) ଗ୍ରାମର ବାପୁଜୀ ସାମଲକୁ ବିଭାହ କରିଥିଲେ । ତାଙ୍କର ମଧ୍ୟ ଦୁଇଟି ପିଲା ଅଛନ୍ତି । ବିଭାଘର ପର ଠାରୁ ଛବି କମ ଦିନ ଶାଶୁ ଘରେ ରୁହନ୍ତି କାରଣ ବାପା ଝରି ସାମଲ ଓ ମା ସରତ ସାମଲ ଅତି ବୃଦ୍ଧବୃଦ୍ଧା ହୋଇଯାଇଥିବାରୁ ସେମାନଙ୍କ ଦେଖାଚାହାଁ କରିବା ପାଇଁ ଛବ ସବୁବେଳେ ବାପ ଘରେ ରହି ଆସୁଥିଲେ ।
ଉତରଶାସନରେ ଅଧିକାଂଶ ସମୟ ରହୁଥିବାରୁ ଏଠାକାର ବାବା ହୁଂଙ୍କାନାଥ ସ୍ୱୟଂ ସହାୟକ ଗୋଷ୍ଠିରେ ମଧ୍ୟ ସଭ୍ୟା ଭାବେ ଯୋଗ ଦେଇଥିଲେ । ଏଥି ସହିତ ସ୍ଥାନୀୟ ଇଣ୍ଡିଆନ ଶାଖା ରେ ଜମା ଖାତା ଖୋଲି ଥିଲେ ସେଥିରେ ମା ସରତ ସାମଲଙ୍କୁ ମଧ୍ୟ ନୋମିନି ଭାବେ ରଖିôଥିଲେ । ତେବେ ଯେବେଠାରୁ ପ୍ରଧାନ ମନ୍ତ୍ରୀ ବୀମା ଯୋଜନା ଆରମ୍ଭ ହେଲା ସେବେଠାରୁ ବୀମା ବାଦରେ ବର୍ଷକୁ ୧୨ ଟଙ୍କା ଲେଖାଁ କାଟୁଥିଲେ । ଏହି ବୀମା କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁ କାଳୀନ ସହାୟତା ୨ ଲକ୍ଷ ଟଙ୍କା ମିଳିବାର ମଧ୍ୟ ସୁବିଧା ରହିଥିବା ବେଳେ ଛବି ସାମଲ ମୃତ୍ୟୁ ପରେ ତାଙ୍କ ପରିବାର ଅର୍ଥାତ ବାପା ମା ଙ୍କୁ ଏହି ଅର୍ଥ ଆଜି ପର୍ଯ୍ୟନ୍ତ ମିଳିନାହିଁ । ସମସ୍ତ କାଗଜ ପତ୍ର ବ୍ୟାଙ୍କରେ ପୈଠ କରଯାଇଥିଲେ ସୁଧା ବ୍ୟାଙ୍କ କର୍ତୁପକ୍ଷ ଙ୍କ ଆନ୍ତରିକତା ଅଭାବରୁ ଏହା ଆଜି ପର୍ଯ୍ୟନ୍ତ ମିଳୁପାରୁନଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଉକ୍ତ ଅର୍ଥ ରାଶୀ ପ୍ରଦାନ ପାଇଁ ବୃଦ୍ଧବୃଦ୍ଧା ଦାବି କରିଛନ୍ତି ।