ବିରିଡି, ୧୬ା୦୮ ; ବିରିଡି ବ୍ଲକ ଅନ୍ତର୍ଗତ ବଡଖଣ୍ଡାଇତା ପଂଚାୟତ ଓ ମଙ୍ଗୁଲି ପଂଚାୟତର ୨ ପରିବାରକୁ ଆଫିନ ଓଆଇଜି ସମାଜସେବୀ ସଙ୍ଗଠନର ପ୍ରତିଷ୍ଠାତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ସମ୍ପୁର୍ଣ୍ଣ ସହଯୋଗରେ ଆର୍ଥୀକ ସାହାର୍ଯ୍ୟ ର ହାତ ବଢାଯାଇଛି । ବଡଖଣ୍ଡାଇତାର ଜଣେ ଯୁବକ ପିଲାର କିଛି ଦିନ ତଳେ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ହାତ ଭାଙ୍ଗି ଯାଇଥିଲା ଏବଂ ଏହାର ଅସ୍ତ୍ରୋପଚାର ପାଇଁ ବହୁ ଅର୍ଥ ର ଆବଶ୍ୟକତା ପଡୁଛି ଯାହା ଯୋଗାଡ କରିବା ତାଙ୍କ ପରିବାର ପକ୍ଷେ କଷ୍ଟସାଧ୍ୟ । ଏପରି ଏକ ଦୁଃଖଦ ଘଟଣା ବିଷୟରେ ଜାଣିବାକୁ ପାଇଲା ପରେ ତୁରନ୍ତ ଶ୍ରୀ ମଲ୍ଲିକ ଉକ୍ତ ଯ୍ୁବକର ଅସ୍ତ୍ରୋପଚାର ପାଇଁ କିଛି ଆର୍ଥୀକ ସାହାର୍ଯ୍ୟ ଦେଇଥିଲେ ।
ସେପଟେ ମଙ୍ଗୁଲି ପଂଚାୟତରେ କିଛି ଦିନ ତଳେ ୧୭ ବର୍ଷର ପିଲା କାମ କରି ଘରକୁ ରେୁଥିବା ସମୟରେ ବଜ୍ରପାତରେ ଙ୍କ ଘରାରୁ ଅଳ୍ପ କିଛି ଦୂରରେ ମୃତ୍ୟୁ ବରଣ କରିଥିଲେ । ଏପରି ପରିସ୍ଥିତିରେ ତାଙ୍କ ଭେଣ୍ଡିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡିଥିଲେ । ଏପରି ଏକ ଅଭାବନୀୟ ଘଟଣା ବିଷୟରେ ଜାଣିବାକୁ ପାଇଲା ପରେ ଶ୍ରୀ ମଲ୍ଲିକ ସେହି ପରିବାରକୁ କିଛି ଆର୍ଥୀକ ସାହାର୍ଯ୍ୟ ପ୍ରଦାନ କରିଛନ୍ତି । ଏହି ଦୁଇଟି କାର୍ଯ୍ୟରେ ସରପଂଚ ତୃଷ୍ଟି ମଂଜରୀ ପରିଜା, ଶୂଭେନ୍ଦୁ ରାଉତରାୟ, ସାଫୀ ଆଜମ୍, ସତ୍ୟଜିତ ମହାନ୍ତି, ସାଇ ପ୍ରଭଂଜନ ମହାପାତ୍ର, ଶୁସିଲ କୁମାର ଦାସ ଉପସ୍ଥିତ ଥିଲେ ଓ ଅଂଚଳବାସୀ ଉକ୍ତ ସଂସ୍ଥାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।